ପୁଲିସ ସବ-ଇନ୍ସପେକ୍ଟର ଲିଖିତ ପରୀକ୍ଷା ସ୍ଥଗିତ
ଭୁବନେଶ୍ବର ( ସଂକେତ୍ ଟିଭି) : ପୁଲିସ ସବ-ଇନ୍ସପେକ୍ଟର (ଏସ୍ଆଇ) ଲିଖିତ ପରୀକ୍ଷାରେ ଜାଲିଆତି ହୋଇଥିବା ଅଭିଯୋଗ ପରେ ପରୀକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କରାଇବା ପଦକ୍ଷେପ ନେଇଛନ୍ତି। ଏହି ଜାଲିଆତି କଥା ସାମ୍ନାକୁ ଆସିବା ପରେ ଆଗାମୀ ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନିବାର୍ଯ୍ୟ କାରଣରୁ ପରୀକ୍ଷା ସ୍ଥଗିତ କରାଯାଇଛି। ପରବର୍ତ୍ତୀ ପରୀକ୍ଷାର ନୂତନ ତାରିଖ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ପକ୍ଷରୁ ଆଗାମୀ ଦିନଗୁଡିକରେ ଜାରୀ କରାଯିବ।
ଏହି ଘଟଣାରେ ଖବର ମିଳିଛି ଯେ, ଜାଲିଆତି କାର୍ଯ୍ୟରେ ଜଡିତ ଥିବା ଆରୋପରେ ଆନ୍ଧ୍ର ପ୍ରଦେଶରୁ ପ୍ରାୟ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆଣି ବ୍ରହ୍ମପୁରଠାରେ ଅଟକକରି ପୁଲିସ ପଚରାଉଚରା କରୁଛି। ଏହି ଗୁରୁତ୍ଵପୂର୍ଣ୍ଣ ଘଟଣା ପରେ ହିଁ ପରୀକ୍ଷା ସ୍ଥଗିତ କରାଯିବାର ନିଷ୍ପତ୍ତି ନିଆଯାଇଛି।