FeaturedLatestNews

ମାର୍ଚ୍ଚ ୮ରେ ନୂଆ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଏକାଠି ଦୁଇ କିସ୍ତି

ଭୁବନେଶ୍ୱର (ସଂକେତ ଟିଭି): ନୂଆ ସୁଭଦ୍ରା ଯୋଜନାରେ ହିତାଧିକାରୀ ଭାବେ ନାମଲେଖା କରିଥିବା ମହିଳାମାନେ ଆସନ୍ତା ୮ ମାର୍ଚ୍ଚରେ ଏକାଠି ଦୁଇ କିସ୍ତିର ଆର୍ଥିକ ସହାୟତା ପାଇବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏଥିସମ୍ପର୍କରେ ସୂଚନା ଦେଇଛନ୍ତି ।

ନୂଆ ହିତାଧିକାରୀଙ୍କ ପାଇଁ ଆବେଦନ ପ୍ରକ୍ରିୟା ଗତ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ଭାବେ ଏହି ଆବେଦନ ପ୍ରକ୍ରିୟା ଏକ ମାସ ପାଇଁ ଚାଲିଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟସୀମା ବୃଦ୍ଧି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ମାର୍ଚ୍ଚ ୮ ତାରିଖରେ ଟଙ୍କା ପ୍ରଦାନ କରାଯିବ, ଯାହାକୁ ତୃତୀୟ ଏବଂ ଚତୁର୍ଥ କିସ୍ତି ଭାବେ ଗଣାଯିବ ।

ବହୁଦିନ ଧରି ବନ୍ଦ ଥିବା ସୁଭଦ୍ରା ପୋର୍ଟାଲ ଶନିବାରରୁ ପୁଣି ଚାଲୁ ହୋଇଛି । ଗତ ଥର ବୟସ ସୀମା ଅଧୀନରେ ଯେଉଁମାନେ ଯୋଗ୍ୟ ନଥିଲେ, ସେମାନେ ବର୍ତ୍ତମାନ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ଏହି ଯୋଜନାରେ ଆବେଦନ କରିବାର ଯୋଗ୍ୟ ହେବେ ।

ତେବେ, ନୂଆପଡ଼ା ବିଧାନ ସଭା ଉପ-ନିର୍ବାଚନ କାରଣରୁ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ରହିଛି । ଏହି କାରଣରୁ ନୂଆପଡ଼ା ଅଞ୍ଚଳରେ ସୁଭଦ୍ରା ପୋର୍ଟାଲ ଖୋଲାଯିବ ନାହିଁ ।

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି । ୨୦୨୫ ଏପ୍ରିଲ ୧ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ, କିନ୍ତୁ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ଅର୍ଥାତ୍, ଆବେଦନକାରିଣୀଙ୍କ ଜନ୍ମତାରିଖ ୨ ଏପ୍ରିଲ ୧୯୬୫ ଏବଂ ୧ ଏପ୍ରିଲ ୨୦୦୪ ମଧ୍ୟରେ ହୋଇଥିବା ଉଚିତ ।