EducationFeaturedLatestNews

ସରକାରୀ ବସ୍ ଗୁଡ଼ିକରେ ମାଗଣାରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ସରକାରୀ ବସ୍ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଏବେଠାରୁ ମାଗଣା ଭାବରେ ଯାତ୍ରା କରିପାରିବେ । ପରିଚୟପତ୍ର ଦେଖାଇ ଛାତ୍ରଛାତ୍ରୀମାନେ ଏହି ସୁବିଧା ଭୋଗ କରିବେ ବୋଲି ଶୁକ୍ରବାର ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ଏହି ପଦକ୍ଷେପ ଛାତ୍ରମାନଙ୍କ ଆର୍ଥିକ ଭାର ହ୍ରାସ କରିବା ସହିତ ଶିକ୍ଷାରେ ସେମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବ ।

ଏଥିସହିତ, ଭାରତୀୟ ଶିକ୍ଷାନୀତିର ନିର୍ଦ୍ଦେଶାନୁସାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି ରାଜ୍ୟ ସରକାର । ଏନସିଇଆରଟି (NCF) ଢାଞ୍ଚା ଅନୁଯାୟୀ ଓଡ଼ିଶାର ରାଜ୍ୟ ପାଠ୍ୟଚର୍ୟା ଫ୍ରେମ୍ୱର୍କ (SCERT)କୁ ଆହୁରି ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ମନ୍ତ୍ରୀ ଗଣ୍ଡ ଜଣାଇଛନ୍ତି ଯେ ଶିକ୍ଷାର ଗୁଣବତ୍ତା ଉନ୍ନତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉନ୍ନତତର ଶିକ୍ଷା ପ୍ରାପ୍ତ କରିପାରିବେ ।