FeaturedLatestNews

ଦୁର୍ଗାପୂଜା ପୂର୍ବରୁ ସମସ୍ତ ସହରର ରାସ୍ତା ମରାମତି କାର୍ଯ୍ୟ ଶେଷ ହେବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ସଂକେତ ଟିଭି): ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ସହରର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ହେବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତା ୨୦ ତାରିଖ ପୂର୍ବରୁ ଟ୍ୱିନ୍‌ସିଟି ସମେତ ସବୁ ସହରାଞ୍ଚଳରେ ଏହି କାର୍ଯ୍ୟ ସମାପ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟ ସୁଚାରୁ ଭାବରେ ସମ୍ପାଦନ କରାଇବା ପାଇଁ ଆସନ୍ତା ୬ ସେପ୍ଟେମ୍ବରରେ ଇଞ୍ଜିନିୟର୍-ଇନ୍-ଚିଫ୍ (EIC) କାର୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସମ୍ବନ୍ଧିତ ବିଭାଗୀୟ ମନ୍ତ୍ରୀ, ବିଧାୟକଗଣ ଏବଂ ମେୟରମାନେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି ।

ଦୁର୍ଗାପୂଜା ନିକଟତର ହୋଇଆସିବାରେ ପୂର୍ତ୍ତ ବିଭାଗ ତରଫରୁ ପୂଜା ପୂର୍ବରୁ ସମସ୍ତ ସହରାଞ୍ଚଳରେ ରାସ୍ତାର ମରାମତି କାର୍ଯ୍ୟ ସମାପ୍ତ କରିବା ନିମିତ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାରେ ଏହି କଥା ସ୍ପଷ୍ଟ କରାଯାଇଛି ।