୪୦ କୋଟି ଟଙ୍କାରେ ଭୁବନେଶ୍ୱରରେ ହେବ ଆଦର୍ଶ ଗୋଶାଳା ନିର୍ମାଣ
ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ୱରରେ ୪୦ କୋଟି ଟଙ୍କା ବ୍ୟୟରେ ଏକ ଆଦର୍ଶ ଗୋଶାଳା ନିର୍ମାଣ କରାଯିବ । ଏହି ଗୋଶାଳାରେ ସହରର ବୁଲା ଗାଈ ଏବଂ ଗୋରୁଙ୍କୁ ରଖାଯିବା ହେବ । ଫଳରେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବରେ ବୁଲା ଗାଈ-ଗୋରୁ ମୁକ୍ତ ହୋଇପାରିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଜାଣାଇଛନ୍ତି । ଏହି ପ୍ରକଳ୍ପ ପାଇଁ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ଗୋଶାଳା ନିର୍ମାଣ ପାଇଁ ଜମି ମଧ୍ୟ ଚିହ୍ନଟ କରାଯାଇସାରିଛି ।
ଏହି ଗୋଶାଳାରେ ଗୋମାତାଙ୍କ ଗୋବର ଏବଂ ଗୋମୂତ୍ରରୁ ବିଭିନ୍ନ ପ୍ରକାରର ଉପଯୋଗୀ ଉତ୍ପାଦ ତିଆରି କରାଯିବ । ଏହି ଉଦ୍ଦେଶ୍ୟରେ ସରକାର ପ୍ରକ୍ରିୟା ଆରମ୍ଭ ମଧ୍ୟ କରିସାରିଛନ୍ତି । ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ।
ସହରାଞ୍ଚଳର ରାଜପଥଗୁଡ଼ିକୁ ବୁଲା ଗାଈ-ଗୋରୁ ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ୫ଟି ସ୍ଥାନରେ ଗୋଶାଳା ନିର୍ମାଣ କରାଯାଉଛି । ରାସ୍ତାରେ ଗାଈ-ଗୋରୁଙ୍କ ଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା, ଯାହାଦ୍ୱାରା ମନୁଷ୍ୟ ଏବଂ ପଶୁଙ୍କ ଜୀବନ ଯାଞ୍ଚାଯାଉଥିବା ଦିଗକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷିତ ହୋଇଛି । ସରକାର ଏହି ବିଷୟରେ ସମ୍ବେଦନଶୀଳ ଅଛନ୍ତି ଏବଂ ଜରୁରୀ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
