LatestNews

ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱରର ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଗତକାଲି ସ୍ଥାନୀୟ ହରି ପ୍ଲାଜା ହୋଟେଲ୍ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତାମାନେ ତାଙ୍କୁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଏକ ବିକାଶ ପୁରୁଷ ଭାବରେ ସ୍ମରଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସଦର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଉପରେ ଅଧିକ କାମ କରିବା ସହ ଶିଳ୍ପବିହୀନ ବାଲେଶ୍ୱର ଜିଲ୍ଲାରେ ବହୁ ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଥିଲେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ।

ଏହି ସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ, ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ଵରୂପ କୁମାର ଦାସ, ଜିଲ୍ଲା ପରିଷଦ ପୂର୍ବତନ ସଭାପତି ଗିରୀଶଚନ୍ଦ୍ର ଦାଶ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ବିଜେପି ଜିଲ୍ଲା ସଭାପତି ଈଶ୍ଵର ଚନ୍ଦ୍ର ବେହେରା ଆଦି ବିଶିଷ୍ଟ ବ୍ୟକ୍ତିବୃନ୍ଦ ବକ୍ତବ୍ୟ ଦେଇଥିଲେ। ସରପଞ୍ଚ ଗଣେଶ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସମ୍ବାଦିକ ବିପ୍ଳବ କୁମାର ମହାନ୍ତି ସଭାକୁ ସଭାପତି ଭାବରେ ନେତୃତ୍ୱ ଦେଇଥିଲେ।

ସଭାର ପୂର୍ବାହ୍ନରେ ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ରେମୁଣା ବିଧାୟକ ତଥା ବିଧାନସଭାରେ ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ଯୁବନେତା ବିକ୍ରମ ପଣ୍ଡା ଓ ରେମୁଣା ବ୍ଲକ୍ ଚେୟାରମ୍ୟାନ୍ ରାଜେନ୍ଦ୍ର ରାଉତ ଆଦି ଉପସ୍ଥିତ ଥାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ ବୀଣାପାଣି ଦାସ, ପୁତୁରା ଦେବାଶିଷ ଦାସ, କ୍ରୀଷ୍ଣା ଦାସ, ଭିଣୋଇ ସତ୍ୟ ପଟ୍ଟନାୟକ, ଭଉଣୀ ମାନସୀ ବାସ, ବଡ଼ପୁଅ ବିଭୁପଦ ଦାସ, ବଡ଼ ବୋହୂ ପୂରବୀ ଦାସ, ସାନପୁଅ ଦେବଦତ୍ତ ଦାସ, ସାନବୋହୂ ପ୍ରିୟମ୍ବଦା ଦାସ, ଶତାବ୍ଦୀ ପଟ୍ଟନାୟକ, ଅନୁଷ୍ଟା ଦାସ, ଅନ୍ଵେଷ ଦାସ, ଅନ୍ୟାନ ଦାସ ଆଦି ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ବାଲେଶ୍ୱର ଲୋକସଭା ଆସନର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ସ୍ଵର୍ଗତ ଦାସଙ୍କ ବାସଭବନକୁ ଆସି ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବା ସହ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ।