FeaturedLatestNewsPolitics

୧୫ ଦିନରୁ ମାସେ ମଧ୍ୟରେ ନୂତନ ମନ୍ତ୍ରିମଣ୍ଡଳ: ମନମୋହନ ସାମଲ

ଭୁବନେଶ୍ୱର (ସଂକେତ ଟିଭି): ଚର୍ଚ୍ଚା ଓ ଆଲୋଚନା ଚାଲିଛି । ଆସନ୍ତା ୧୫ ଦିନରୁ ମାସେ ମଧ୍ୟରେ ଓଡିଶାରେ ନୂତନ ମନ୍ତ୍ରିମଣ୍ଡଳ ଗଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜଣାଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳ ଏବଂ ଖାଲି ପଡ଼ିଥିବା ନିଗମ ପଦବୀ ପୂରଣ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି ।

ଦିଲ୍ଲୀରୁ ଫେରିବା ପରେ ସାମଲ କହିଛନ୍ତି ଯେ ପ୍ରଥମେ ସଂଗଠନ, ବୋର୍ଡ ଓ ନିଗମର ଚୟନ କରାଯିବ । ତା’ପରେ ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହେବ । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି । ଆଉ ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପି ପାଇଁ ନୂଆ ଟିମ୍ ଗଠନ କରାଯିବ । ପରେ ବୋର୍ଡ ଓ ନିଗମ ପଦବୀ ପୂରଣ ହେବ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ।

ଅନ୍ୟ ଏକ ପ୍ରତିକ୍ରିୟାରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଛନ୍ତି ଯେ ରାଜ୍ୟ କମିଟି, ପଦାଧିକାରୀ ଓ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ ଚର୍ଚ୍ଚା ହୋଇଛି । କେନ୍ଦ୍ର ନେତୃତ୍ୱ ସହ ଆଲୋଚନା ହେବା ପରେ ସମସ୍ତ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯିବ । ବୋର୍ଡ ଓ ନିଗମ ପଦବୀ ଶୀଘ୍ର ପୂରଣ ହେବ ଏବଂ ପରେ ମନ୍ତ୍ରିମଣ୍ଡଳର ୬ଟି ଖାଲି ପଦବୀ ପୂରଣ କରାଯିବ ।