FeaturedGeneralLatest

ଜାପାନ ପରେ ଚୀନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ (ସଂକେତ୍ ଟିଭି)ଜାପାନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ରହିଛନ୍ତି। ସେଠାରେ ସେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ଶିଖର ସମ୍ମିଳନୀ ଚୀନରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି ଗସ୍ତ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି। ସାତ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତରେ ଯାଉଥିବାରୁ ଏହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ସଂଘର୍ଷ ଘଟିବା ପରେ ଏହା ତାଙ୍କର ପ୍ରଥମ ଚୀନ ଗସ୍ତ ହେବ। ଶେଷ ଥର ପାଇଁ ସେ ୨୦୧୯ ମସିହାରେ ଚୀନ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ପୂର୍ବରୁ ପ୍ରସ୍ତୁତି ରୂପେ ଦେଖାଯାଇଥିଲା। ଏହାର ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକାଧିକ ଏସ୍‌ସିଓ ବୈଠକ ପାଇଁ ଚୀନ ଗସ୍ତ କରିଥିଲେ। ପରବର୍ତ୍ତୀ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବେଜିଂ ଗସ୍ତରେ ଯାଇ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ।