FeaturedLatest

ସୁସ୍ଥ ହେଲେ ଆଉ ୧୫୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୦୮।୦୮: ଶନିବାର ରାଜ୍ୟରେ ଆଉ ୧୫୪୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୫୬୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡରୁ ୬୨, ସୁନ୍ଦରଗଡରୁ ୫୯,କନ୍ଧମାଳରୁ ୪୧, କଟକରୁ ୩୭, କଳାହାଣ୍ଡିରୁ ୩୬, ରାୟଗଡାରୁ ୩୬, ଯାଜପୁରରୁ ୩୪ ଜଣ ରହିଛନ୍ତି । ସେହିପରି ବାଲେଶ୍ୱରରୁ ୩୩, ପୁରୀରୁ ୩୨, ସମ୍ବଲପୁରରୁ ୩୧, ମାଲକାନଗିରିରୁ ୨୪, କେନ୍ଦ୍ରାପଡାରୁ ୨୧,କେଉଁଝରରୁ ୧୭, ବରଗଡରୁ ୧୬, ବଲାଙ୍ଗୀରରୁ ୧୬, ଢେଙ୍କାନାଳରୁ ୧୩, ମୟୂରଭଞ୍ଜରୁ ୧୨, ଭଦ୍ରକ, ଜଗତସିଂପୁର, ସୋନପୁରରୁ ୬ଜଣ ଲେଖାଏଁ, ଅନୁଗୋଳ, ନୂଆପଡାରୁ ୬ଜଣ ଲେଖାଏଁ, ଝାରସୁଗୁଡାରୁ ୩ ଓ ନବରଙ୍ଗପୁରରୁ ୪ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୦୨୪୧ରେ ପହଁଚିଛି ।