ବନ୍ଧୁକ ଦେଖାଇ ଲକ୍ଷେ ୭୦ ହଜାର ଟଙ୍କା ଲୁଟିନେଲେ ବାଇକ୍ ଲୁଟେରା

ବାରିପଦା ୧୫।୦୧: ( ରାଜ୍ ଗୁପ୍ତା ) ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା କାଙ୍କି ନିକଟରେ ବନ୍ଧୁକ ଦେଖାଇ ଲୁଟେରାମାନେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ।

ସୂଚନା ଅନୁସାରେ, ବନ୍ଧନ ବ୍ୟାଙ୍କର ତିନି ଜଣ କର୍ମଚାରୀ ଦୁଇଟି ବାଇକରେ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଦୁଇଟି ବାଇକରେ ଚାରି ଜଣ ଲୁଟେରା କାଙ୍କି ନିକଟ ନିଛାଟିଆ ରାସ୍ତାରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଇ ଜଣେ ବ୍ୟାଙ୍କ କର୍ମଚାରୀ ନିକଟରୁ ଲକ୍ଷେ ୭୦ ହଜାର ଟଙ୍କା ନେଇ ଯାଇଥିବା ବେଳେ ୨୮ ହଜାର ଟଙ୍କା ନେଇ ପାରି ନ ଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଛି । ଅନ୍ଯପଟେ ବାରମ୍ବାର ବାଇକ୍ ଲୁଟେରା ଗୋଟିଏ ପରେ ଗୋଟିଏ ଲୁଟ୍ ଘଟଣା ଘଟାଇ ଚାଲିଥିବା ବେଳେ ପୋଲିସ ଟେର ପାଉ ନ ଥିବାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି ।