Latest

କରୋନାରୁ ରକ୍ଷା ପାଇଁ ନିମପତ୍ର ପକାଇ ହୋମଯଜ୍ଞ କରୁଛନ୍ତି ଗ୍ରାମବାସୀ

ବରଗଡ ୧୪/୫ : (ସଂକେତ୍ ଟିଭି) କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିମ୍ବପତ୍ର ପକାଇ ହୋମ ଯଜ୍ଞ କରୁଛନ୍ତି ଗ୍ରାମବାସୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ସହର ନିକଟ ବୁଧାପାଲି ଗାଁରେ ।

ସୂଚନା ଅନୁସାରେ ଛତିଶଗଡରେ କରୋନାର ବିଷ୍ପୋରଣ ହେବା ପରେ ତାର ପ୍ରଭାବରେ ବରଗଡ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା । ବହୁ ସଂଖ୍ଯାରେ ଲୋକ ସଂକ୍ରମିତ ହେବା ପରେ ବରଗଡ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଏକପ୍ରକାରର ଭୂଷୁଡି ପଡିଥିଲା । ସ୍ୱାସ୍ଥ୍ୟ ସେବା ଉପରୁ ନିଜର ଆସ୍ଥା ହରାଇ ଏବେ ଲୋକେ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସର ଶୀକାର ମଧ୍ୟ ହେଉଛନ୍ତି । ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଗୁରୁବାର ଦିନ ପଦ୍ମପୁର ସହର ନିକଟ ବୁଧାପାଲି ଗାଁର ବିଭିନ୍ନ ପଡ଼ାରେ ଲୋକେ ନିମ୍ବପତ୍ର, ଘିଅ ଆଦି ପକାଇ ହୋମଯଜ୍ଞ କରିଥିଲେ । ସେମାନଙ୍କ ବିଶ୍ବାସ ଯେ ନିମ୍ବପତ୍ର ଧୂଆଁରେ ପରିବେଶ ପରିସ୍କାର ହେବା ସହିତ କରୋନା ଦୂର ହେବ । ତେବେ ଏହାକୁ ଅନେକ ସ୍ବାସ୍ଥ୍ଯ ବିଶେଷଜ୍ଞ ଅସ୍ବୀକାର କରିଛନ୍ତି । କରୋନାର ଲକ୍ଷଣ ଥିଲେ ଲୋକମାନେ ଡାକ୍ତରଖାନା ଯାଇ ନିଜର ସ୍ବାସ୍ଥ୍ଯ ପରୀକ୍ଷା କରାଇବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି । ଅଜଥା ଅନ୍ଧବିଶ୍ବାସର ବସବର୍ତ୍ତୀ ହେଲେ ଏହି ରୋଗରେ ଅଧିକରୁ ଅଧିକ ସଂକ୍ରମିତ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।