FeaturedLatestNewsPolitics

ବିଜେପିରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ ବିଜେପିରେ ସାମିଲ ହୋଇଛନ୍ତି। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି। ଏହି ସମୟରେ ରାଜ୍ୟ ଭାଜପାର ବରିଷ୍ଠ ନେତାମାନଙ୍କ ଉପସ୍ଥିତ ଥିଲେ। ପ୍ରବୋଧଙ୍କୁ କଂଗ୍ରେସ ତଳସରା ଟିକେଟ୍‌ ଦେଇ ଫେରାଇ ନେଇଥିଲା। ଏପରିକି ପ୍ରାର୍ଥୀ ବଦଳାଇ ଦେବାରୁ ସେ କାନ୍ଦିଥିଲେ।

ଗୁରୁବାର ସୋନପୁରଠାରେ ଭାଜପାର ବିଜୟ ସଂକଳ୍ପ ସଭାରେ ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ଏବଂ ବଲାଙ୍ଗୀର ଏମ୍‌ପିଙ୍କ ସମେତ ରାଜ୍ୟ ଭାଜପା ନେତୃବୃନ୍ଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଭାଜପାରେ ପ୍ରବୋଧ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ପ୍ରବୋଧଙ୍କୁ ଦଳ କେଉଁ ଆସନରୁ ଟିକେଟ ଦେବ ସେନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି।