EntertainmentFeaturedGeneralLatest

ବିଶ୍ବ ସୁନ୍ଦରୀ ପ୍ରତିଯୋଗୀତା ଜିତିଲେ କ୍ରିଷ୍ଟିନା ପେଜ୍‌କୋଭା

ମୁମ୍ବାଇ (ସଂକେତ ଟିଭି) : ଚଳିତ ବର୍ଷର ୭୧ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଚେକ୍‌ ରିପବ୍ଲିକର କ୍ରିଷ୍ଟିନା ପେଜ୍‌କୋଭା । ପୂର୍ବତନ ବିଶ୍ବ ସୁନ୍ଦରୀ କାରୋଲିନା ବିଲାସ୍କା (ପୋଲାଣ୍ଡ) ତାଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି। ମିସ୍‌ ଲେବନାନ ୟାସମିନା ଜେତୁନ ଏହି ପ୍ରତିଯୋଗିତାର ପ୍ରଥମ ରନର୍ସ-ଅପ୍‌ ହୋଇଛନ୍ତି।

ଭାରତର ସିନି ସେଟୀ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେ ଟପ୍‌-୪ରେ ସ୍ଥାନ ବଜାୟ ରଖିବାରେ ବିଫଳ ହୋଇଥିଲେ। ମୁମ୍ବାଇର ବିକେସି ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୧୨ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ୨୮ ବର୍ଷ ପରେ ଭାରତ ଏହି ପ୍ରତିଯୋଗିତା ଆୟୋଜନ କରିଥିଲା। ଭାରତ ୬ ଥର ଏହି ପ୍ରତିଯୋଗିତା ଜିତିଛି। ଏହି ପ୍ରତିଯୋଗିତାର ୧୨ ଜଣିଆ ଜୁରିଙ୍କ ମଧ୍ୟରେ ୨୦୧୭ର ବିଶ୍ବ ସୁନ୍ଦରୀ ମାନୁଷୀ ଛିଲର, ଅଭିନେତ୍ରୀ କୀର୍ତ୍ତି ସାନନ, ପୂଜା ହେଗଡେ, ଜୁଲିଆ ମୋର୍ଲେ, ମିସ୍‌ ୱାର୍ଲ୍ଡ ଅର୍ଗାନାଇଜେସନର ଅଧ୍ୟକ୍ଷ ତଥା ସିଇଓ, ଚଳଚ୍ଚିତ୍ର ନିର୍ମାତା ସାଜିଦ ନାଦିଦୱାଲା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ବ ରଜତ ଶର୍ମା ସାମିଲ ରହିଥିଲେ ।

କ୍ରିଷ୍ଟିନା ବର୍ତ୍ତମାନ ଆଇନ ଏବଂ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଉପରେ ଅଧ୍ୟୟନ କରୁଛନ୍ତି । ସେ ଜଣେ ଅନ୍ତର୍ଜାତୀୟ ମଡେଲ ମଧ୍ୟ ଅଟନ୍ତି । ସେ କ୍ରିଷ୍ଟିନା ପାଇସ୍କୋଭା ଅନୁଷ୍ଠାନ ମଧ୍ୟ ପ୍ରତିଷ୍ଠାନ କରିଛନ୍ତି। ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ ଅନୁଯାୟୀ, ସେ ତାଞ୍ଜାନିଆରେ ଗରିବ ପିଲାମାନଙ୍କ ପାଇଁ ଏକ ଇଂରାଜୀ ସ୍କୁଲ ଖୋଲିଛନ୍ତି । ଖାଲି ସେତିକି ନୁହେଁ, ଏଠାରେ ସେ ପିଲାଙ୍କ ମାଗଣା ଶିକ୍ଷା ପାଇଁ ସ୍ୱେଚ୍ଛାସେବୀ ଭାବେ ମଧ୍ୟ କାର୍ଯ୍ୟ ଚଳାଇଛନ୍ତି ।