EntertainmentLatestNewsPolitics

ବିଜେଡି ଛାଡ଼ିଲେ ଓଲିଉଡ୍ ଅଭିନେତା ଅରିନ୍ଦମ

କଟକ (ସଂକେତ୍ ଟିଭି) : ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ ଦଳରୁ ଇସ୍ତଫା ଦେଇଛନ୍ତି। ସାଧାରଣ ସମ୍ପାଦକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଅରିନ୍ଦମ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଅପରପକ୍ଷେ ଖୁବଶୀଘ୍ର ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।