FeaturedGeneralLatestPolitics

ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି) : ଲୋକସଭା ଆସନ ଛାଡି ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ । ରାଜସ୍ଥାନରୁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଅସୁସ୍ଥ ରହୁଥିବା ଯୋଗୁଁ ସୋନିଆ ଗାନ୍ଧୀ ଏଥରକ ନିର୍ବାଚନ ନଲଢ଼ି ରାଜ୍ୟସଭାକୁ ଯାଉଛନ୍ତି ।

ସୂଚନା ଅନୁସାରେ, କଂଗ୍ରେସ ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରର ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରର ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସର ରାଜ୍ୟସଭା ତାଲିକା ପ୍ରକାଶ ପାଇବା ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଢୋଟାସରା କହିଛନ୍ତି ଏହି ନିଷ୍ପତ୍ତି ଆମକୁ ଶକ୍ତି ଦେବ। ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ। ସେ କହିଛନ୍ତି ଆମେ କଂଗ୍ରେସକୁ ଜିତାଇବୁ। ଆମର ଲକ୍ଷ୍ୟ ହେଉଛି ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା।