LatestSports

ନାମ ଓ ଲୋଗୋ ବଦଳାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ବେଙ୍ଗାଲୁରୁ (ସଂକେତ ଟିଭି) : ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଏବେ ଏହା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରହିବ। ଏହା ସହିତ ଅଧିନାୟକ ଫାପ୍ ଡୁ ପ୍ଲେସିସ, ବିରାଟ କୋହଲି ଓ ସ୍ମୃତି ମାନ୍ଧନା ଆରସିବିର ନୂଆ ନାଁ, ଲୋଗୋ ଓ ଜର୍ସିର ଉନ୍ମୋଚନ କରିଛନ୍ତି ।

ଆଇପିଏଲରେ ନାଁ ବଦଳାଥିବା ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଆରସିବି ୩ ନମ୍ବର ଦଳ ଭାବେ ଉଭା ହୋଇଛି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ନିଜ ଦଳର ନାଁ ବଦଳାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ପୁରୁଣା ନାଁ ଦିଲ୍ଲୀ ଡେୟାର ଡେଭିଲ୍ସ ଥିବା ବେଳେ ପଞ୍ଜାବ କିଙ୍ଗସର ନାଁ ପୂର୍ବରୁ କିଙ୍ଗସ ଏକାଦଶ ପଞ୍ଜାବ ଥିଲା ।