CrimeLatestNews

ବେଆଇନ ବନ୍ଧୁକ କାରଖାନା ଠାବ : ୪ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ବାଲେଶ୍ବର (ସଂକେତ ଟିଭି) : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନାର ମଲ୍ଲୀବଣିଆଁଠାରେ ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ନୀଳଗିରି ପୋଲିସ ୪ଟି ଦେଶୀ ବନ୍ଧୁକ ଜବତ ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ଏନେଇ ମଲ୍ଲୀବଣିଆଁର ଜଗବନ୍ଧୁ ସିଂଙ୍କୁ ପୋଲିସ ଗିରଫ କରିଛି।

ମଲ୍ଲୀବଣିଆଁ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ବନ୍ଧୁକ କାରଖାନା ଚାଲୁଥିବାର ଅଭିଯୋଗ ହୋଇ ଆସୁଥିଲା। ଆଜି ନୀଳଗିରି ପୋଲିସ ଏଏସ୍ଆଇ ଖଗେନ ମୋହାଲିକ୍ ଏବଂ ଏସିଏଫ୍ ପ୍ରବୀର କୁମାର ମୁର୍ମୁ ଓ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀଙ୍କ ନେତୃତ୍ବରେ କୁଲଡିହା ଫରେଷ୍ଟ ରେଞ୍ଜର ଅଧିକାରୀମାନେ ଚଢାଉ କରିଥିଲେ । ଚଢ଼ାଉରେ ଗୋଟିଏ ଦେଶୀ ଲୁହା ବ୍ୟାରେଲ ବନ୍ଧୁକ, ଚାରୋଟି ଦେଶୀ ବନ୍ଦୁକ ବିନା ବ୍ୟାରେଲ, ତିନୋଟି ସିଙ୍ଗଲ୍ ବ୍ୟାରେଲ୍ (ଲୁହା), ସଂପୂର୍ଣ୍ଣ କାଠ ବନ୍ଧୁକ ସଦୃଶ ଦୁଇଟି ପିସ୍ତଲ, ଗୋଟିଏ ଡ୍ରିଲ୍ ମେସିନ୍ ଏବଂ ବନ୍ଧୁକ ନିର୍ମାଣ ଲାଗି ଆବଶ୍ୟକ ସରଞ୍ଜାମ ମଧ୍ୟ ଜବତ ହୋଇଛି।

ଏନେଇ ନୀଳଗିରି ଥାନାରେ ଅସ୍ତ୍ରଶସ୍ତ୍ର ଅଧିନିୟମରେ ଏକ ମାମଲା ଋୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।