FeaturedLatestNewsPolitics

ଓଡ଼ିଶାରେ ପାଣ୍ଡିଆନ୍ ଶାସନ ଚଳାଉଛନ୍ତି: ରାହୁଲ ଗାନ୍ଧୀ

ଭୁବନେଶ୍ବର (ସଂକେତ ଟିଭି) : କଂଗ୍ରେସ ନେତା ରାହୁଲ ଗାନ୍ଧି ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେସରେ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଏଥିରେ ସେ କହିଛନ୍ତି ଯେ ନବୀନ ବାବୁ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଏହାର ଫାଇଦା କିଛି ଲୋକଙ୍କୁ ମିଳୁଛି। ଓଡ଼ିଶାକୁ ପାଣ୍ଡିଆନ୍ ଚଳାଉଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏବେ ଓଡ଼ିଶାରେ ବିଜେଡି-ବିଜେପିର ବାହାଘର ହୋଇଛି। ଉଭୟ ଦଳ ଏକାଠି ମିଶିକି ଅଛନ୍ତି। ଲୋକଙ୍କ ଆଗରେ ଉଭୟ ଉଭୟଙ୍କୁ ବିରୋଧ କରୁଥିବା ନାଟକ କରୁଛନ୍ତି । ଉଭୟ ଦଳ ମିଳିମିଶି ଓଡିଶାକୁ ଲୁଟିଛନ୍ତି ।

ଏହି ଅବସରରେ ରାହୁଲ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ପୂରଣ କରିବେ ୫ ଗ୍ୟାରେଣ୍ଟି । ରାହୁଲ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା। ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର। ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା। ଦୁଇ କଂଗ୍ରେସ ଶାସିତ ରାଜ୍ଯ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି।

ସେହିପରି ୨୦୦ ୟୁନିଟ ମାଗଣା ବିଜୁଳି ସହ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩ହଜାର ଟଙ୍କା କରାଯିବ ବୋଲି କହିଛନ୍ତି । ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ।ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ଯାପକ ହରିଲୁଟ ହେଉଥିଲା। ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ। ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି। କଂଗ୍ରେସ ଯେଉଁ ୫ ଗ୍ଯାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି। ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ରାହୁଲ।