CrimeLatestNews

ପାରିବାରିକ କଳହକୁ କେନ୍ଦ୍ର କରି ଜୀବନ୍ତ ଜଳିଗଲେ ମହିଳା

ଭୋଗରାଇ (ଉମାକାନ୍ତ ନାୟକ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସଲପୁର ଗାଁରେ ବନ୍ଦ୍ ଘରେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ମୃତ ମହିଳା ହେଲେ ଅର୍ଚ୍ଚନା ବେହେରା। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଆଜି ସକାଳ ସମୟରେ ଉକ୍ତ ଗ୍ରାମର ଭାସ୍କର ବେହାରଙ୍କ ସ୍ତ୍ରୀ ଅର୍ଚ୍ଚନା ବେହେରାଙ୍କ ଶରୀର ବନ୍ଦ କୋଠରୀରେ ଜଳୁଥିଳୁବାର ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବଳକୁ ମହିଳାଙ୍କ ମୃତ୍ୟୁ ଘଟି ସରିଥିଲା। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବରୁ ବିନ୍ଧନ ପଦମପୁର ଗାଁର ଅର୍ଚ୍ଚନାଙ୍କ ସହ ଭାସ୍କରଙ୍କ ବିବାହ ହୋଇଥିବା ବେଳେ ସେମାନଙ୍କ ର ଦୁଇ ଜଣ ପୂତ୍ର ସନ୍ତାନ ଅଛନ୍ତି । ତେବେ ଭାସ୍କର ବାହାର ରାଜ୍ଯ ରୁ ଘରକୁ ଫେରିବା ପରେ ବିଭିନ୍ନ ସମୟରେ ସ୍ତ୍ରୀ ଅର୍ଚ୍ଚନା ଙ୍କ ସହ ଝଗଡା ହେଉଥିଲା, ଆଜି ସକାଳେ ମଧ୍ଯ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ ରେ କୌଣସି କଥା କୁ ନେଇ ଝଗଡା ହୋଇ ଥିଲା । ତେବେ ହଠାତ ଘର ଭିତରୁ ଧୂଆଁ ବାହାରୁ ଥିବାରୁ ପଡୋଶୀ ମାନେ ଭୋଗରାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଭୋଗରାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ମହିଳା ଜଣକ ନିଆଁରେ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇ ଥିଲେ । ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଡି ଯାଇଥିବା ଶବକୁ ଉଦ୍ଧାର କରି ବ୍ଯବଛେଦ ପାଇଁ ପଠାଇ ଥିବା ବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛି । ଏହି ଘଟଣା ପରେ ମୃତ ମହିଳା ଙ୍କ ଶାଶୁଘର ଲୋକେ ଫେରାର ହୋଇଥିବା ବେଳେ ସ୍ୱାମୀ ଭାସ୍କର ବେହେରା ଭୋଗରାଇ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।