FeaturedLatestNews

ବାଲେଶ୍ବରର ନୂଆ ରେଳଷ୍ଟେସନ ପାଇଁ ୧୯୭ କୋଟି ଟଙ୍କା ଟଙ୍କା ମଞ୍ଜୁର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବରର ନୂଆ ରେଳଷ୍ଟେସନ ୧୯୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଏଥିପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅର୍ଥ ମଞ୍ଜୁର କରିଛନ୍ତି । ପାରମ୍ପରିକ ବାଲେଶ୍ୱର ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହୋଇ ଷ୍ଟେସନର ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।

ଷ୍ଟେସନ ସାମନାରେ କୋଣାର୍କ ମନ୍ଦିରର ଚକର ଡିଜାଇନ ରହିଥିବାବେଳେ ଷ୍ଟେସନ ବିଲଡିଂ ଉପରେ ଜଗନ୍ନାଥ ମନ୍ଦିରର ଶିଖର ସ୍ଥାନ ପାଇବ । ଏହା ସହିତ ସେହି ବିଲଡିଂରେ ସୌରା ଚିତ୍ର ସମେତ ଆଦିବାସୀ ସଂସ୍କୃତି ଓ ପରଂପରାର ଝଲକ ଦେଖିବାକୁ ମିଳିବ ।

ଏହି ଷ୍ଟେସନରେ ପ୍ରତିଦିନ ୫୦ ହଜାର ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ରହିବ । ୧୮ ମିଟର ଚଉଡା ରୁଫ୍ ପ୍ଲାଜା ଦ୍ବାରା ଷ୍ଟେସନ ସହରର ଉଭୟ ପାର୍ଶ୍ବକୁ ସଂଯୋଗ କରିବ । ଏହି ଷ୍ଟେସନରେ ୧୪ଟି ଲିଫ୍ଚ, ୬ ଟି ଏସ୍କେଲେଟର ଏବଂ ୨୦ଟି ଏସେସ୍ କଣ୍ଟ୍ରୋଲ ଗେଟ୍ ରହିବ । ଏହା ଆସନ୍ତା ୫୦ ବର୍ଷକୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି । ଏହି ଷ୍ଟେସନ କାର୍ଯ୍ଯ ଆସନ୍ତା ୩୦ ମାସ ମଧ୍ଯରେ ଶେଷ ହେବ ।