FeaturedLatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ବର (ସଂକେତ ଟିଭି): ତେଲକୋଇ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ଅଣଦେଖା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ଗତ ବର୍ଷ ୧୨ ଅକ୍ଟୋବରରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ସେ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି । ତେବେ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।