LatestNews

୧୨ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ବର (ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି।

ମିଶନ ଶକ୍ତି ମହିଳାଙ୍କୁ ୧୦୦୦ ଟଙ୍କା ୟୁନିଫର୍ମ ସହାୟତା ମିଳିବ । ଏହି ଟଙ୍କା ୟୁନିଫର୍ମ କିଣିବା ପାଇଁ ବ୍ୟବହାର ହେବ ବୋଲି କ୍ୟାବିନେଟରେ ସୂଚନା ମିଳିଛି । ରାଜ୍ୟର ୭୦ଲକ୍ଷ ମହିଳା ଏହି ସହାୟତା ପାଇବେ। କ୍ୟାବିନେଟରେ ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ପାଇଁ ବୁଣାକାର ଓ ହସ୍ତଶିଳ୍ପ କାରିଗର ସହାୟତା ଯୋଜନା ମଂଜୁର କରିଛନ୍ତି । ବୁଣାକାରମାନେ ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।