FeaturedGeneralLatestPolitics

ଆସ୍ଥା ଭୋଟରେ ବିଜୟୀ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆଜି ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ନିଜ ଆଡୁ ସେ ଆସ୍ଥା ଭୋଟ ପ୍ରସ୍ଥାବ ଆଣିଥିଲେ । ଶନିବାର ଏନେଇ ଭୋଟ ହୋଇଥିଲା । ମତଦାନ ସମୟରେ ଆମ୍‌ ଆଦମୀ ପାର୍ଟୀ(ଏଏପି)ର ୬୨ ବିଧାୟକଙ୍କ ମଧ୍ଯରୁ ୫୪ ଜଣ ଉପସ୍ଥିତ ଥିଲେ । ଆଠ ଜଣ ବିଧାୟକଙ୍କ ଅନୁପସ୍ଥିତକୁ ନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପାର୍ଟିର କୌଣସି ବିଧାୟକଙ୍କ ତ୍ରୁଟି ନାହିଁ।“ଦୁଇ ଜଣ ବିଧାୟକ ଜେଲରେ ଅଛନ୍ତି, କେତେକ ଅସୁସ୍ଥ ଏବଂ କେତେକ ଦିଲ୍ଲୀ ବାହାରେ ଅଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୨ ଆସନ ପାଇଛନ୍ତି।

ଆସ୍ଥା ଭୋଟରେ ବିଜୟୀ ହେବା ପରେ ବିଜେପି ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ପ୍ରବଳ ବର୍ଷିଛନ୍ତି। ଆମ୍‌ ଆଦମୀ ପାର୍ଟୀ(ଏଏପି) ବିଜେପି ଲାଗି ବଡ଼ ଚ୍ୟାଲେଞ୍ଜର, ସେଥିପାଇଁ ଏହାକୁ ସବୁ ଦିଗରୁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି।

କେଜ୍‌ରିଓ୍ବାଲ କହିଛନ୍ତି ଯେ, ଯଦି ୨୦୨୪ ନିର୍ବାଚନ ବିଜେପିକୁ ଅନ୍ୟ କୌଣସି ଦଳ ପରାଜିତ କରିପାରିଲା ନାହିଁ । ତେବେ ଏଏପି ୨୦୨୯ ନିର୍ବାଚନରେ ଦେଶକୁ ବିଜେପି ମୁକ୍ତ କରିବ। ଦିଲ୍ଲୀ ଏବଂ ପଞ୍ଜାବରେ ଏଏପି ସରକାର ଗଠନ ହେବା ପରେ ବିଜୁଳି ମାଗଣା କରାଯାଇଛି। ବିଜେପି ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ କୌଣସି ଗୋଟିଏ ରାଜ୍ୟରେ ମାଗଣା ବିଜୁଳି ଦେଇ କି ଦେଖାଉ। ଦିଲ୍ଲୀରେ ଏଏପିର ବିଜୟକୁ ହଜମ କରିପାରୁନାହିଁ ବିଜେପି। ଏହି କାରଣରୁ ସେ କାମକୁ ରୋକିବାକୁ ଚାହୁଁଥିବା କେଜ୍‌ରିଓ୍ବାଲ କହିଛନ୍ତି।