FeaturedGeneralLatestSports

ସରଫରାଜ୍‌ ଖାନଙ୍କ ପିତାଙ୍କୁ ‘ଥାର୍‌’ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ (ସଂକେତ ଟିଭି): ସରଫରାଜ ଖାନ ଇଂଲଣ୍ଡ ବିପକ୍ଷ ନିଜର ଡେବ୍ୟୁ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ବହୁ ସଂଘର୍ଷ ପରେ ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏଥିରେ ତାଙ୍କ ପିତା ନୌଶାଦ ଖାନଙ୍କ ବହୁ ଅବଦାନ ରହିଛି । ଏଥିପାଇଁ ଦେଶର ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସରଫରାଜ ଖାନଙ୍କ ପିତା ନୌଶାଦ ଖାନଙ୍କୁ ପ୍ରଶଂସା କରିଛନ୍ତି । ତେବେ ଆନନ୍ଦ ମହିନ୍ଦ୍ରା ନୌଶାଦଙ୍କୁ ଏକ ଥାର୍‌ ଏସ୍‌ୟୁଭି କାର୍ ଉପହାର ଦେବାକୁ ଘୋଷଣା କରିଛନ୍ତି ।

ସରଫରାଜଙ୍କ ଟେଷ୍ଟ ଡେବ୍ୟୁ କରିବାର ଗୋଟିଏ ଦିନ ପରେ ଅର୍ଥାତ୍ ଶୁକ୍ରବାର ଦିନ ସୋଶିଆଲ୍‌ ମିଡିଆ ସାଇଟ୍‌ Xରେ ଆନନ୍ଦ ମହିନ୍ଦ୍ରା ପୋଷ୍ଟ କରି ଲେଖିଛନ୍ତି, ‘କଠିନ ପରିଶ୍ରମ, ସାହାସ, ଧର୍ଯ୍ୟ’- ନିଜ ପିଲାଙ୍କୁ ଏପରି ପ୍ରେରଣା ଦେବା, ଏହାଠାରୁ ଭଲ ଗୁଣ କଣ ହୋଇପାରିବ ? ଜଣେ ପ୍ରେରଣାଦାୟକ ମାତା-ପିତା ହୋଇଥିବାରୁ ମହିନ୍ଦ୍ରା ଥାର୍‌ ଉପହାର ଦେବାକୁ ଚାହୁଁଛି । ଯଦି ଏହି ଉପହାର ଗ୍ରହଣ କରନ୍ତି ତେବେ ଏହା ମୋର ସୌଭାଗ୍ୟ ହେବ ।

ଟେଷ୍ଟ ମ୍ୟାଚ୍ ପୂର୍ବରୁ ସରଫରାଜ ମହାନ କ୍ରିକେଟର ଅନିଲ କୁମ୍ବଲେଙ୍କ ଠାରୁ ତାଙ୍କ ଟେଷ୍ଟ କ୍ୟାପ୍ ଗ୍ରହଣ କରିଥିଲେ । ଯାହାକି ରଣଜୀ ଟ୍ରଫିରେ କଠିନ ପରିଶ୍ରମ କରିବା ପରେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲା। ସରଫରାଜଙ୍କ ପିତା ନୌଶାଦ ଜଣେ ପଶ୍ଚିମ ରେଳବାଇର କର୍ମଚାରୀ । କିନ୍ତୁ ସେ ପେଟ ପୋଷିବା ପାଇଁ ଖୁବ୍‌ ସଂଘର୍ଷ କରିଛନ୍ତି । ସେ ଟ୍ରାକ୍ ପ୍ୟାଣ୍ଟ ବିକ୍ରି କରିବା ସହିତ ଟ୍ରେନରେ କାକୁଡି ଏବଂ ଚକୋଲେଟ ବିକ୍ରି କରିଥିଲେ । ତଥାପି ନୌଶାଦ ତାଙ୍କ ପୁଅର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିଥିଲେ ।