FeaturedLatestNews

ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେ ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ପ୍ଲାଣ୍ଟରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ମୁଖ୍ୟମନ୍ତ୍ରୀ ଶୁଭ ଦେଇଛନ୍ତି ।

ସେହିପରି ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି । ଏହା ୪ହଜାର ରୋଜଗାର ସୃଷ୍ଟି କରିବ । ଏହାସହ ଆଉ ଏକ କମ୍ପାନୀ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ୮୧୦ ଜଣଙ୍କୁ କର୍ମନିଯୁକ୍ତି ମିଳିବ ।