FeaturedLatestNewsPolitics

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ସମ୍ବଲପୁର (ସଂକେତ ଟିଭି) :ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାର୍ ଏକ ଗ୍ୟାସ୍‌ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଛି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର ଜିଲା ରେଢ଼ାଖୋଲର ଲୁହାପଙ୍କ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ତାଙ୍କ ପିଏସ୍‌ଓ ଏବଂ ଡ୍ରାଇଭର ଆହତ ହୋଇଛନ୍ତି।

ଦୁର୍ଘଟଣା ସମୟରେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ‌ ଆସୁଥିଲା। ସେହି ଗାଡ଼ି ଚାଳକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ। ପରେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରସନ୍ନ ଆଚାର୍ଯ୍ୟଙ୍କ ଶରୀରରେ ୩୬ଟି ଷ୍ଟିଚ୍ ପଡ଼ିଛି। ପ୍ରସନ୍ନଙ୍କୁ ପରେ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି । ଏଥିପାଇଁ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜମାଦାରପାଲି ଏୟାର ଷ୍ଟ୍ରିପକୁ ନିଆଯାଇଥିଲା । ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ହସ୍ପିଟାଲରୁ ଗ୍ରୀନ କରିଡରରେ ଜମାଦାରପାଲି ଏୟାର ଷ୍ଟ୍ରିପ ନିଆଯାଇଥିଲା ।

ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି।