LatestNewsPolitics

ନିର୍ବାଚନୀ ଇସ୍ତାହାର: କଂଗ୍ରେସ ଦେଲା ୯ଟି ଗ୍ୟାରେଣ୍ଟି

ଭୁବନେଶ୍ବର (ସଂକେତ ଟିଭି) : ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟ କଂଗ୍ରେସ ଶୁକ୍ରବାର ଦିନ ନିଜ ନିର୍ବାଚନ ଇସ୍ତାହାର ଘୋଷଣା କରିଛି। ଏଥିରେ କଂଗ୍ରେସ ୯ଟି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇଛି। ଏହି ୯ଟି ଗ୍ୟାରେଣ୍ଟିରେ କଂଗ୍ରେସ ମହିଳା, କୃଷକ, ଯୁବକ-ଯୁବତୀ ଓ ସ୍ବୟଂ ସହାୟକ ଗ୍ରୁପ୍‌କୁ ଗୁରୁତ୍ବ ଦେଇଛି।

କଂଗ୍ରେସ ଇସ୍ତାହାରରେ କହିଛି ଯେ, ଓଡ଼ିଶାରେ କ୍ଷମତାକୁ ଆସିଲେ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘର ମୁଖ୍ୟ ମହିଳାଙ୍କୁ ୨ ହାଜର ଟଙ୍କା ଭତ୍ତା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗଙ୍କୁ ୨ ହଜାର ଟଙ୍କା ମାସିକ ଭତ୍ତା, ବେକାରିଙ୍କୁ ୩ ହଜାର ଏବଂ କୃଷକଙ୍କ ପାଇଁ ମାସିକ ପେନସନ୍ ୨ ହଜାର ଟଙ୍କା ଦେବ। ସେହିପରି ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବ। ଏତଦ୍‌ ବ୍ୟତୀତ ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ୬ ମାସରେ ଟଙ୍କା ଫେରାଇ ଦିଆଯିବ।

କଂଗ୍ରେସର ଇସ୍ତାହାର ଘୋଷଣା ଅବସରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ସଭାପତି ବିଜୟ ପଟ୍ଟନାୟକ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।