FeaturedLatestNewsPolitics

ଅବଶିଷ୍ଟ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ନୀଳଗିରିରୁ ସୁକାନ୍ତ

ଭୁବନେଶ୍ବର (ସଂକେତ ଟିଭି) : ବିଜୁ ଜନତା ଦଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅବଶିଷ୍ଟ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରୁ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି।

କୋରେଇରୁ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଥିବାବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଏବଂ ନୀଳଗିରି ଆସନରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ମା’ହେଉଛନ୍ତି ସନ୍ଧ୍ୟାରାଣୀ ଦାସ । ସେହିପରି ଦେବଗଡ଼ ‌ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଦେବଗଡ଼ ବିଧାନସଭା ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କ ବଦଳରେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି।