Latest

ଶିବରାତ୍ରୀ ପାଇଁ ଚଳଚଞ୍ଚଳ ଚନ୍ଦନେଶ୍ବର ଶୈବପୀଠ

ବାଲିଆପାଳ, ୧୧/୦୩: (ଉମାକାନ୍ତ ନାୟକ) ଆଜି ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଅବସରରେ ଚଳଚଂଚଳ ହୋଇଉଠିଛି ବାବା ଚନ୍ଦନେଶ୍ଵର ପ୍ରସିଦ୍ଧ ଶୈବ ପୀଠ । କୋରନା କଟକଣା ମଧ୍ୟରେ ଚଳିତ ବର୍ଷ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ କେବଳ ଧାଡ଼ି ଦର୍ଶନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଚଳିତ ବର୍ଷ ମନ୍ଦିର ପରିସରରେ ଦୀପଦାନ ଓ ଭୋଗ ଲଗାଇବା ଉପରେ କଟକଣା କରାଯାଇଛି । ତେବେ ଚଳିତ ବର୍ଷ ସକାଳ 7 ଘଟିକା ରୁ ସନ୍ଧ୍ୟା 8 ଘଟିକା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଦର୍ଶନ ଅନୁମତି ଦିଆ ଯିବ ବୋଲି ପ୍ରଶାସନ ତରଫରୁ ରୁ ଡାକ ବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି। ମନ୍ଦିରର ସୁରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।