FeaturedGeneralLatest

୩ ମାସ ଯାଏଁ ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଦ

ନୂଆଦିଲ୍ଲୀ (ସଂକେତ ଟିଭି) ଆଚାର ସଂହିତା ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୩ ମାସ ପର୍ଯ୍ୟନ୍ତ ନିର୍ବାଚନ ଶେଷ ନ ହେବା ପର୍ଯ୍ୟନ୍ତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ଆଜି ମନ କି ବାତ୍ ରେ କହିଛନ୍ତି ଏହା ମନ୍ କି ବାତ୍ ର ୧୧୦ତମ ସଂସ୍କରଣ। ହୁଏତ ମାର୍ଚ୍ଚରେ ଲୋକସଭା ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହୋଇପାରେ। ଏହା ହେଲେ ଆଉ ୩ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ ରହିବ। ଗତ ନିର୍ବାଚନ ସମୟରେ ମଧ୍ୟ କାର୍ଯ୍ୟକ୍ରମ କିଛି ମାସ ପାଇଁ ବନ୍ଦ ରହିଥିଲା। ଆମେ ୧୧୧ ତମ କାର୍ଯ୍ୟକ୍ରମରେ ପରେ ପୁଣି ଭେଟ ହେବା। ପରବର୍ତ୍ତୀ ସଂସ୍କରଣ ୧୧୧ ସଂଖ୍ୟାରେ ଆରମ୍ଭ କରିବା ଅତ୍ୟନ୍ତ ଶୁଭମୟ ହେବ।