FeaturedGeneralLatestPolitics

ମମତାଙ୍କୁ ଆଉ ଦିଦି କୁହନି ସେ ଆଣ୍ଟି ହୋଇଗଲେଣି : ଶୁଭେନ୍ଦୁଙ୍କ ବିବାଦୀୟ ମନ୍ତବ୍ୟ

କୋଲକୋତା (ସଂକେତ ଟିଭି) ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି। ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି। ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ। ବିଜେପି ନେତା ସୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି।

ସେ କହିଛନ୍ତି ବିଧାନସଭା ନିର୍ବାଚନରେ ​​ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ମୋ ଉପରେ ରାଗି ଯାଇ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି କ୍ରୁର ମହିଳା ବୋଲି କହି ସୁଭେନ୍ଦୁ ଅଧିକାରୀ ତାଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି । ତାଙ୍କ ବିରୋଧରେ ବିଜେପି ସରକାର ଏକ ଫ୍ରଣ୍ଟ ଖୋଲିଛି, ଯାହାର ଉଦ୍ଦେଶ୍ୟ ନିଶ୍ଚିତ ଭାବେ ହାସଲ ହେବ।