LatestNewsPolitics

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

ଭୁବନେଶ୍ବର (ସଂକେତ ଟିଭି) ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କରିଥିଲା। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଏବିଭିପି କର୍ମୀଙ୍କୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ପୁଲିସ ଓ ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ପୁଲିସ ଏବିଭିପି କର୍ମୀଙ୍କୁ ଉଠାଇ ନେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଏବିଭିପି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ପ୍ରଶ୍ନପତ୍ର ଲିକ୍ ଘଟଣା ଓଡ଼ିଶାରେ ପରିପେକ୍ଷୀରେ ନୂଆ ନୁହେଁ, ଓଡ଼ିଶାରେ ପରୀକ୍ଷା ହେବ ଓ ବିଭ୍ରାଟ ହେବ ନି ଏହା ଏକପ୍ରକାର ଅସମ୍ଭବ ହୋଇ ଗଲାଣି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି ।