LatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଦେବାଶିଷ ନାୟକ

ଭୁବନେଶ୍ଵର (ସଂକେତ ଟିଭି) ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ରବିବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜ ଇସ୍ତଫା ପତ୍ର ଦେଇଛନ୍ତି।

ଦେବାଶିଷ ନାୟକ ଯାଜପୁର ଜିଲ୍ଲାର ବରିରୁ କ୍ରମାଗତ ୪ ଥର ନିର୍ବାଚନ ଜିତିଛନ୍ତି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ ସୁଦ୍ଧା ୨୦୧୯ ନିର୍ବାଚନରେ ବରିରୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ବରି ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହା ପରଠୁ ଦେବାଶିଷ ଅସନ୍ତୁଷ୍ଟ ଥିଲେ । ଗତ କିଛି ବର୍ଷ ହେବ ଦେବାଶିଷ ନାୟକ ଦଳରେ ଏକଘରିଆ ଓ କଣଠେସା ହୋଇ ରହିଥିଲେ। ଦଳରେ ତାଙ୍କର ସକ୍ରିୟତା ମଧ୍ୟ ଦେଖିବାକୁ ମିଳୁନଥିଲା। ଫଳରେ ସେ ଦୀର୍ଘ ସମୟ ଧରି ଅସନ୍ତୁଷ୍ଟ ଥିଲେ। ତାଙ୍କ ଦଳ ଛାଡ଼ିବା ନେଇ କେବେଠୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଉ ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବିଜେପିରେ ସାମିଲ୍ ହେବାର ସମ୍ଭାବନା ଥିବା କୁହାଯାଉଛି।