FeaturedLatestNews

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି

ଭୁବନେଶ୍ବର (ସଂକେତ ଟିଭି) : ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ୧୫ ଦିନ ସାମୟିକ ଛୁଟି ବଢ଼ାଇଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୨୫୬୦ ଉଚ୍ଚ ବିଦ୍ୟାଳୟ, ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୯ ସଂସ୍କୃତ ଟୋଲ ଏବଂ ୧୩୮ ମଦ୍ରାସାରେ କାର୍ଯ୍ୟରତ ପ୍ରାୟ ୩୩୪୨୦ କର୍ମଚାରୀ (ଶିକ୍ଷକ ଓ ଅଣଶିକ୍ଷକ) ଉପକୃତ ହେବେ ।