EntertainmentLatest

ପାଇଲଟ୍‌ ହେବାକୁ ଚାହୁଁଥିଲି: ଦିଶା ପଟାନୀ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ଦିଶା ଦେଖିବାକୁ ବୋଲ୍ଡ ଏବଂ ହଟ୍ । ଦିଶା ପଟାନୀ ବରେଲି (ୟୁପି)ର ବାସିନ୍ଦା । ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ୱପ୍ନର ସହର ମୁମ୍ବାଇ ଆସିଥିଲେ । କିନ୍ତୁ ଆପଣ ଜାଣନ୍ତି କି ଦିଶା ଜଣେ ଅଭିନେତ୍ରୀ ହେବାକୁ ମୁମ୍ବାଇ ଆସି ନଥିଲେ । ଏମିତି କିଛି ଘଟିଲା ଯେ ଦିଶା ଅଭିନୟ ଜଗତରେ ପାଦ ଦେଇଥିଲେ । ଦିଶା ପଟାନୀଙ୍କ ପିତା ଜଣେ ପୋଲିସ କର୍ମଚାରୀ । ମାଁ ହେଲଥ ଇନିସ୍ପେକ୍ଟର । ତାଙ୍କ ଭଉଣୀ ସେନାରେ ଅଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତ୍ରୀ ମଧ୍ୟ ପାଇଲଟ ହେବାର ସ୍ୱପ୍ନ ଦେଖିଥିଲେ । ସେ ଲକ୍ଷ୍ନୌର ଆମିଟି ୟୁନିଭରସିଟିରେ ବାୟୋଟେକ୍‌ ପଢୁଥିଲେ । ସେହି ସମୟରେ ମଡେଲିଂ ଆରମ୍ଭ କରିଥିଲେ ।

୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ । କିନ୍ତୁ ମୁମ୍ବାଇରେ ଦିଶା ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅଡିସନ୍‌ରେ ସିଲେକ୍ଟ ହେବା ପରେ , ଫିଲ୍ମ ଲାଇନକୁ ବାଛିଲେ । ଅଭିନେତ୍ରୀ ହେବା ପାଇଁ ବଲିଉଡ୍ ସିଢି ଚଢିଥିଲେ । ଦିଶା ଫିଲ୍ମ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରିରେ ଡେବ୍ୟୁ କରିଥିଲେ । ଏବେ ଅଭିନେତ୍ରୀ ତାଲିକାର ଶୀର୍ଷକୁ ତାଲିକାରେ ଅଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଛନ୍ତି । କହିବାକୁ ଗଲେ ଦିଶା କୋଟିର ଟଙ୍କାର ମାଲିକ ଅଟନ୍ତି । ଦିଶାଙ୍କ ବାର୍ଷିକ ଆୟ ୧୨ କୋଟି ଟଙ୍କା । ଦିଶାଙ୍କ ନେଟୱର୍ଥ ପାଖାପାଖି ୭୪ କୋଟି ଟଙ୍କା । ଦିଶା ଗୋଟିଏ ଫିଲ୍ମ ପାଇଁ ୬ କୋଟି ନିଅନ୍ତି । ମୁମ୍ବାଇରେ ଦିଶା ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହା ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୧ କୋଟି ଟଙ୍କା ଆଦାୟ କରନ୍ତି ।