EntertainmentLatest

ପ୍ରଥମ ଥର ସ୍କ୍ରିନ୍‌ ସେୟାର କରିବେ ସାହିଦ କପୁର-କ୍ରିତି ସାନନ୍

ମୁମ୍ବାଇ : (ସଂକେତ୍ ଟିଭି) ବଡ଼ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି । ବଲିଉଡ୍‌ର ଚକ୍‌ଲେଟ୍ ବୟ୍ ଭାବେ ପରିଚିତ ସାହିଦ୍ କପୁର । ସେ ଆରମ୍ଭରୁ ଇଣ୍ଡଷ୍ଟ୍ରିର ଜଣେ ସ୍ୱିଟ୍ ଲଭରବୟ୍ ରହିଆସିଛନ୍ତି । ହେଲେ ନିକଟରେ ଆସିଥିବା ତାଙ୍କ ଫିଲ୍ମ “କବୀର ସିଂ’ ରେ ତାଙ୍କୁ ଏକ ନୁଆଁ ରୂପରେ ଦେଖିବାକୁ ମିଳିଥିଲା । ସେହିଭଳି “ମିମି’ ସିନେମା ଜରିଆରେ କ୍ରିତି ସାନନ୍ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲେ । ଏବେ ପ୍ରଥମ ଥର ଏହି ଯୋଡିକୁ ପରଦାରେ ଦେଖିବାକୁ ମିଳିବ ।”ରୋବଟ୍‌’ ସିନେମାଟି ଖୁବ୍‌ଶୀଘ୍ର ବଡ ପରଦାକୁ ଆସିବାକୁ ଯାଉଛି ।

ରୋବଟ୍ ଫିଲ୍ମ ନା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏଥର ରଜନୀକାନ୍ତ ଓ ଐଶ୍ୱଯ୍ୟା ନୁହେଁ ବରଂ ସାହିଦ୍ ଓ କ୍ରିତିଙ୍କୁ ଦେଖିବାକୁ ମିଳିବ । ଖବର ଅନୁଯାୟୀ ଦିନେଶ ବିଜାନ୍ ଏହି “ରୋବଟ୍‌’ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । “ସ୍ତ୍ରୀ’ ଓ “ରୁହି’ ଆଦି ସିନେମା ପରେ ପ୍ରଯୋଜକ ଦିନେଶ ଏବେ “ରୋବଟ୍‌’ ସିନେମା ନିର୍ମାଣ ପାଇଁ ମନ ବଳାଇଛନ୍ତି । ଯାହା ଏକ ରୋମାଣ୍ଟିକ୍‌ କମେଡି ସିନେମା ହେବାକୁ ଯାଉଛି । ଯେଉଁଥିରେ ସାହିଦ୍ ଜଣେ ରୋବୋଟିକ୍ସ ଓ କ୍ରିତି ଜଣେ ରୋବଟ୍ ଭାବେ ନଜର ଆସିବେ । ରୋବଟ୍ ନାଁ ଶୁଣି ଆପଣଙ୍କ ଆଶ୍ଚର୍ଯ୍ୟ ହେବା ନିହାତି ସ୍ୱାଭାବିକ୍ ।

ହେଲେ କହି ରଖୁଛୁ ଯେ ଦିନେଶ୍ ବିଜାନ୍‌ଙ୍କ ନିର୍ମାଣଧୀନ ଏହି ରୋବଟ୍ ଫିଲ୍ମ ୨୦୧୦ରେ ରିଲିଜ୍ ହୋଇଥିବା ସୁରଷ୍ଟାର୍ ରଜନୀକାନ୍ତଙ୍କ ଫିଲ୍ମ ରୋବଟ୍‌ର ରିମେକ ନୁହେଁ । “ରୋବଟ୍‌’ ୨୦୧୪ର ହଲିଉଡ୍‌ ଫିଲ୍ମ “ଏକ୍ସ ମସିନା’ ଓ “ଲାଇଫ୍‌ ଓକେ’ ଚ୍ୟାନେଲ୍‌ର ପରିଚିତ ସିରିୟଲ୍ “ବହୁ ହମାରୀ ରଜନୀକାନ୍ତ’ ଭଳି ହେବ । “ରୋବଟ୍‌’ ରେ ପ୍ରଥମଥର ସାହିଦ୍‌ କପୁର୍ ଓ କ୍ରିତି ସେନନ୍‌ଙ୍କୁ ଏକାଠି ଦେଖିବାକୁ ମିଳିବ । ସିନେମାରେ ଏହି ଟାଲେଣ୍ଟେଡ୍ ଯୋଡି କଣ କମାଲ କରିବେ ତାକୁ ନେଇ ଫ୍ୟାନ୍ସ ଖୁବ୍ ଆଗ୍ରହର ସହିତ ଚାହିଁ ବସିଛନ୍ତି ।