CrimeFeaturedLatest

ପଡ଼ୋଶୀଙ୍କ ବିବାହରେ ନାଚିବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ ପଡ଼ୋଶୀର ବିବାହ ଭୋଜିରେ ନାଚିବାକୁ ନେଇ ସ୍ୱାମୀ କୁରାଢ଼ୀ ବେଣ୍ଟରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି। ଅଭିଯୁକ୍ତଙ୍କ ଦୁଇ ଶିଶୁ ଏବେ ଅନାଥ ହୋଇଛନ୍ତି ।

ସୂଚନା ଅନୁସାରେ, ପାଇକପଡ଼ା ଗ୍ରାମର ରାମ ସିଂ (୩୫)ଙ୍କ ପତ୍ନୀ ଶର୍ମିଳା ସିଂ(୩୦) ପଡ଼ୋଶୀଙ୍କ ବିବାହ ଭୋଜି ଯାଇନାଚି ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାମ କୁରାଢୀ ବେଣ୍ଟରେ ଶର୍ମିଳାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଶର୍ମିଳାଙ୍କ ମୃତ୍ୟୁ ହୋଇଥିଲା।

ଏହି ଖବର ପାଇବା ପରେ ଔପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାମ ସିଂକୁ ଅଟକ ରଖି ତଦନ୍ତ ଜାରି ରଖିଛି।