LatestNews

୩୦ ଜୁନ୍‌ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର (ସଂକେତ ଟିଭି): ଜୁନ୍‌ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏପରିକି ସେମାନେ ସରକାରୀ ଛୁଟି ଦିନରେ ବି ଛୁଟି ନେଇପାରିବେ ନାହିଁ । ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଏନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି କରାଯାଇଛି। ୩୦ ଜୁନ୍‌ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଯିବା ସହ ହେଡ୍‌କ୍ବାର୍ଟର ନଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତାକାଲି ରାଜ୍ୟରେ ନୂଆ ସରକାର ଶପଥଗ୍ରହଣ ହେବ। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଣୁ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସରକାରୀ ଛୁଟିଦିନ ଗୁଡିକରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ପ୍ରକାଶଥାଉକି ବୁଧବାର ଅର୍ଥାତ ୧୨ ତାରିଖରେ ରାଜ୍ୟରେ ଶପଥ ଗ୍ରହଣ ସମାରୋହ ସହ ମନ୍ତ୍ରିମଣ୍ଡଳ ଗଠନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗରେ କାଯ୍ୟ ଅଧିକ ରହିବ।