CulturalFeaturedLatest

ଗଳାବାଟରେ ପଶି ବାଂଲାଦେଶରେ ବାହା ହେଲେ ପ୍ରେମିକ, ଫେରିଲା ବେଳେ ଧରିଲା ବିଏସଏଫ

କୋଲକାତା ୨୮।୦୬ : ( ସଂକେତ୍ ଟିଭି ) ବାଂଲାଦେଶରୁ ଭାରତକୁ ବେଆଇନ ଭାବରେ ଅନୁପ୍ରବେଶ କରୁଥିବା ନବ ବିବାହିତ ଦମ୍ପତିଙ୍କୁ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ବିଏସ୍ଏଫ୍ କର୍ମଚାରୀମାନେ ସୀମାବର୍ତ୍ତୀ ଅଞ୍ଚଳରେ ଗିରଫ କରିଛନ୍ତି।

ସୂଚନା ଅନୁସାରେ, ଗତ ଶନିବାର ଦିନ ବିଏସଏଫର ଗୁପ୍ତଚର ବିଭାଗ ମଧୁପୁର ସୀମା ପୋଷ୍ଟରେ ବାଂଲାଦେଶରୁ ଅନୁପ୍ରବେଶ ଉଦ୍ଯମ ହେଉଥିବା ନେଇ ସେଠାରେ ମୁତୟନ ଜବାନମାନଙ୍କୁ ସତର୍କ କରାଇଥିଲା । ସେଦିନ ଅପରାହ୍ନ ପ୍ରାୟ 4 ଟା ବେଳେ ସୈନିକମାନେ ସୀମା ରାସ୍ତାରେ ଦୁଇଜଣଙ୍କୁ ଅଟକାଇ ପଚରାଉଚରା କରିଥିଲେ।

ଯେତେବେଳେ ଉଭୟଙ୍କ ପରିଚୟ ଏବଂ ଠିକଣା ସଂପର୍କରେ ପଚରା ଯାଇଥିଲା ସେତେବେଳେ ଯୁବକ ଜଣକ ତୁରନ୍ତ କହିଥିବାବେଳେ ମହିଳା ଜଣକ ତାଙ୍କ ପରିଚୟ ପ୍ରକାଶ କରିପାରିନଥିଲେ। ବିଏସଏଫ ଅଧିକାରୀମାନେ ଉଭୟଙ୍କୁ ପଚରାଉଚରା ପାଇଁ ମଧୁପୁର ସୀମା ପୋଷ୍ଟକୁ ଆଣିଥିଲେ। ଗିରଫ ବାଂଲାଦେଶୀ ମହିଳାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ତାଙ୍କ ବୟସ 18 ବର୍ଷ । ସେପଟେ ଯୁବକ ଜଣକର ନାମ ଜୟକାନ୍ତୋ ଚନ୍ଦ୍ର ରାୟ, ତାଙ୍କର ବୟସ 24 ବର୍ଷ।

ପଚରାଉଚୁରା ସମୟରେ ସେମାନେ ପ୍ରକାଶ କରିଛନ୍ତି ଯେ ଉଭୟେ ସ୍ୱାମୀ ଏବଂ ସ୍ତ୍ରୀ । ଫେସବୁକ ମାଧ୍ଯମରେ ସେମାନଙ୍କର ସଂପର୍କ ସ୍ଥାପନ ହୋଇଥିଲେ । ପରେ ଦୁହେଁ ପ୍ରେମରେ ପଡିଥିଲେ। ଗିରଫ ଯୁବକ ଜଣକ ଗତ 8 ମାର୍ଚ୍ଚ 2021 ରେ ତାରକନଗରର ଆପୁନାମର ଜଣେ ଦଲାଲଙ୍କ ସାହାଯ୍ୟରେ ବାଂଲାଦେଶରେ ପହଞ୍ଚିଥିଲେ। ସେ ସେଠାରେ 10 ମାର୍ଚ୍ଚରେ ବିବାହ କରି 25 ଜୁନ୍ ପର୍ଯ୍ୟନ୍ତ ବାଂଲାଦେଶରେ ରହିଥିଲେ ।

ଏଥି ସହିତ ବାଂଲାଦେଶୀ ଝିଅ କହିଥିଲେ ଯେ ସେ ବାଂଲାଦେଶର ବାସିନ୍ଦା, ସେ ତାଙ୍କ ସ୍ୱାମୀଙ୍କ ସହ ଭାରତ ଆସୁଛନ୍ତି। ସୀମା ପାର କରାଇବା ପାଇଁ ସେ ରାଜୁମାଣ୍ଡଲ ନାମକ ଜଣେ ବାଂଲାଦେଶୀ ଦଲାଲକୁ 10 ହଜାର ବାଂଲାଦେଶୀ ଟାକା ମଧ୍ୟ ଦେଇଥିଲେ।

82 ତମ କର୍ପସ କମାଣ୍ଡିଂ ଅଫିସର ସଞ୍ଜୟ ପ୍ରସାଦ ସିଂ କହିଛନ୍ତି ଯେ ଗିରଫ ହୋଇଥିବା ଯୁବକ ଓ ଯୁବତୀଙ୍କୁ ବିଏସଏଫର ଇଣ୍ଟେଲିଜେନ୍ସ ଶାଖା ପଚରାଉଚରା କରିଛି। ତେବେ ସେ ଆଶ୍ଚର୍ଯ୍ଯ ପ୍ରକାଶ କରିଥିଲେ ଯେ ଜଣେ ଭାରତୀୟ ଯୁବକ ଅନ୍ତର୍ଜାତୀୟ ବୋର୍ଡର ପାର କରି ବାଂଲାଦେଶ ଯାଇ ବିବାହ କରିଥିଲେ। ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଏସଏଫ ପକ୍ଷରୁ ଉଭୟଙ୍କୁ ଭୀମପୁର ପୋଲିସକୁ ହସ୍ତାନ୍ତର କରାଯାଇଛି।

ତେବେ ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ମାନବ ଚାଲାଣକୁ ରୋକିବା ପାଇଁ ସୀମାନ୍ତରେ ଦକ୍ଷିଣ ବେଙ୍ଗଲ ପ୍ରଣ୍ଟିଅର ପକ୍ଷରୁ ଆଣ୍ଟି ମାନବ ଚାଲାଣ ରାକେଟ୍ ର ଜଓ୍ବାନଙ୍କୁ ବୋର୍ଡରେ ନିୟୋଜିତ କରାଯାଇଥିବା ସେ କହିଛନ୍ତି।