EducationFeaturedLatest

ୟୁକ୍ରେନ୍ ଓ ଚୀନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସାରିପାରିବେ କୋର୍ସ

ନୂଆଦିଲ୍ଲୀ (ସଂକେତ୍ ଟିଭି) :ୟୁକ୍ରେନ-ଋଷ ଯୁଦ୍ଧ ପାଇଁ ଧନ ଜୀବନ,ପରିବେଶ ପ୍ରଦୂଷଣ ସହ ବେଶୀ ପ୍ରଭାବିତ ହୋଇଛନ୍ତି ସେଠାରେ ପାଠପଢୁଥିବା ଭାରତୀୟ ଛାତ୍ରଛାତ୍ରୀ । ଯୁଦ୍ଧ ଆରମ୍ଭ ହେବା ପରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ ପାଠ୍ୟକ୍ରମ ଅଧାରୁ ଛାଡି ଚାଲି ଆସିଛନ୍ତି । କରୋନା କାରଣରୁ ମଧ୍ୟ ଚାଇନାରୁ ଅନେକ ଛାତ୍ରଛାତ୍ରୀ ଚାଲି ଆସିଛନ୍ତି । ଅନେକ ଶେଷ ବର୍ଷର ପରୀକ୍ଷା ମଧ୍ୟ ଦେଇ ନାହାନ୍ତି । ଯାହାକୁ ନେଇ ସେମାନେ ନାନା ଆଶା ଓ ଆଶଙ୍କାରେ ରହିଛନ୍ତି । ଏହା ଉପରେ କଡା ନଜର ରଖିଛି ନ୍ୟାସନାଲ ମେଡିକାଲ କମିଶନ ବା ଜାତୀୟ ଡାକ୍ତରୀ କମିଶନ । ଛାତ୍ରଛାତ୍ରୀମାନେ ପ୍ୟାରେଣ୍ଟ ୟୁନିଭର୍ସିଟିରେ ଅନଲାଇନ୍ ପାଠପଢି ପାରିବେ ଓ ପରେ ଭାରତରେ ପ୍ରାକ୍ଟିସ୍‌ ପାଇଁ ପରୀକ୍ଷା ଦେଇପାରିବେ ବୋଲି କମିଶନ କହିଛନ୍ତି ।

ରିପୋର୍ଟ ଅନୁସାରେ, କମିଶନ ଭାରତୀୟ ଛାତ୍ରଙ୍କ ପାଇଁ ସଚେତନ ଅଛନ୍ତି । ଚୀନରେ କରୋନା ଲହରୀ ଓ ଯୁକ୍ରେନ ଯୁଦ୍ଧ ପାଇଁ ଅନେକ ଛାତ୍ର ସେଠାରୁ ପଳାଇ ଆସିଛନ୍ତି । ସେମାନେ ଏଫଏମଜିଇରେ ପାସ୍ କଲେ ସେମାନଙ୍କୁ ଦୁଇ ବର୍ଷ ବଦଳରେ ଗୋଟିଏ ବର୍ଷ ଇଣ୍ଟର୍ନସିପ୍ କରିବାକୁ ହେବ । ପ୍ରଥମ ଓ ଦ୍ୱିତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପରାମର୍ଶ ଦେଇଛି । ଏହାଦ୍ୱାରା ସେମାନେ ଭାରତୀୟ କଲେଜରେ ପାଠ ପଢିପାରିବେ । ତେବେ ଋଷିଆ, କାଜାଖସ୍ତାନ, କିର୍ଜିସ୍ତାନ, ରୋମାନିଆ ଆଦି ଦେଶ ଯୁକ୍ରେନ ଛାଡିଥିବା ଛାଚ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଡାକ୍ତରୀ କମିଶନ ଅନୁସାରେ, ଛାତ୍ରଛାତ୍ରୀମାନେ ଅଣ୍ଡରଗ୍ରାଜୁଏଟ୍ କୋର୍ସ ପାଇଁ ଗୋଟିଏ କଲେଜରୁ ପାଠ ପଡିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଚାଇନା ଓ ୟୁକ୍ରେନରୁ ପ୍ରାୟ ୪୦ ହଜାର ମେଡିକାଲ ଛାତ୍ରଛାତ୍ରୀ ଭାରତ ଫେରି ଆସିଛନ୍ତି । ଏକ ଏମବିବିଏସ ଡିଗ୍ରୀ ସାଢେ ପାଞ୍ଚ ବର୍ଷ ଅଟେ । ଏହାମଧ୍ୟରେ ୯ଟି ସେମିଷ୍ଟର ଓ ଗୋଟିଏ ବର୍ଷର ଇଣ୍ଟର୍ନସିପ୍ ମଧ୍ୟ କରିବାକୁ ହେବ । ସୂଚନାଯୋଗ୍ୟ ଯେ ୟୁକ୍ରେନ-ରୁଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଥିବାବେଳେ ସେଠାରେ ଭାରତୀୟ ଛାତ୍ରଛାତ୍ରୀମାନେ ଡାକ୍ତରୀ ବିଦ୍ୟା ଅଧ୍ୟୟନ ଅଧାରୁ ଛାଡ଼ି ଦେଶକୁ ଫେରି ଆସିଥିଲେ । ତେବେ ସେମାନେ କିପରି ପାଠ୍ୟକ୍ରମ ଶେଷ କରିବେ ସେ ନେଇ ମଧ୍ୟ ଚିନ୍ତାରେ ପଡ଼ିଥିଲେ । ଏ କ୍ଷେତ୍ରରେ ଏମସିଆଇର ଗାଇଡ୍ ଲାଇନ୍‌ ଅନୁଯାୟୀ ଛାତ୍ରଛାତ୍ରୀମାନେ ଅନଲାଇନରେ କୋର୍ସ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।