EntertainmentLatest

ଫିଲ୍ମ ‘ତେହରାନ’ରେ ନଜର ଆସିବେ ଜନ୍‌ ଅବ୍ରାହମ

ମୁମ୍ବାଇ (ସଂକେତ ଟିଭି): ନିର୍ମାତା ଦିନେଶ ବିଜାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତେହରାନ’ର ସୁଟିଂ ଆରମ୍ଭ ହୋଇଛି । ବଲିଉଡ ଅଭିନେତା ଜନ୍ ଅବ୍ରାହମ ଏଥିରେ ନଜର ଆସିବେ । ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମଟି ଶୀଘ୍ର ରିଲିଜ ହେବ ବୋଲି ଜଣାପଡିଛି ।

ଏହି ଫିଲ୍ମର ଶୁଟିଂ ଏବେ ଆରମ୍ଭ ହୋଇଥିବାବେଳେ ଏବେ ଏହାର ଏକ ଭିଡିଓରେ ଫିଲ୍ମର ଫାଷ୍ଟ ଲୁକରେ ଜନ୍ ଅବ୍ରାହମଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ସତ୍ୟ ଘଟଣାରୁ ପ୍ରେରଣା ପାଇଥିବା କହିଛନ୍ତି ନିର୍ମାତା । ଅରୁଣ ଗୋପାଳନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ରିତେଶ ଶାହ ଓ ଆଶିଷ ପ୍ରକାଶ ବର୍ମା ଏହାର କାହାଣୀ ଲେଖିଛନ୍ତି । ଏହି ଫିଲ୍ମକୁ ଦିନେଶ ବିଜାନ, ଶୋଭନା ଯାଦବ ଓ ସନ୍ଦିପ ଲେଜେଲ ପ୍ରଯୋଜନା କରୁଛନ୍ତି ।