EntertainmentFeaturedLatest

ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା କଲା ପୋଲିସ

ଭୁବନେଶ୍ୱର (ସଂକେତ ଟିଭି): ଖାରବେଳନଗର ଥାନା ପୋଲିସ ପ୍ରକୃତି ମିଶ୍ରଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଘଣ୍ଟାଏ ଜେରା କରିଛି । ପ୍ରକୃତି ମିଶ୍ରଙ୍କୁ ତାଙ୍କ ଅଭିଭାବକ ଉପସ୍ଥିତିରେ ପୋଲିସ ଜେରା କରିଛି ।

ସୂଚନା ଅନୁଯାୟୀ, ପୂର୍ବ ନୋଟିସ୍ ଆଧାରରେ ଖାରବେଳନଗର ଥାନା ପୋଲିସ ପ୍ରକୃତିଙ୍କୁ ଜେରା କରିବାକୁ ମଙ୍ଗଳବାର ତାଙ୍କ ବାସଭବନରେ ପହଞ୍ଚିଥିଲା । ମହିଳା ପୋଲିସ ଅଧିକାରୀ ଦୀର୍ଘ ଏକ ଘଣ୍ଟା କାଳ ପ୍ରକୃତିଙ୍କୁ ଜେରା କରିଛନ୍ତି । ଏହି ଜେରା ସମୟରେ ପ୍ରକୃତି ମିଶ୍ରଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହିଥିଲେ ।

ସେହିପରି ମନ୍ମଥ ମିଶ୍ର କହିଛନ୍ତି ଯେ, ପୋଲିସ ଯାହା ଯାହା ପଚାରିଛି ପ୍ରକୃତି ସମସ୍ତ ଉତ୍ତର ରଖିଛନ୍ତି । ଘଟଣା ଘଟିଥିବା ଦିନ ଏବଂ ତା ପରବର୍ତ୍ତୀ ଦିନର ତଥ୍ୟ ପୋଲିସ ସଂଗ୍ରହ କରିଛି । ଶନିବାରର ଘଟଣାକୁ ନେଇ ମୁଁ ଥାନା ଏତଲା କରିଥିଲି । ମୋତେ ପଚାରିଥିଲେ, ଆଜି ପ୍ରକୃତିକୁ ପଚାରିଛନ୍ତି । କାର୍ଯ୍ୟନୁଷ୍ଠାନ ଆଶା କରୁଛି । ଆଉ ବାବୁ ତୁରନ୍ତ ଘରକୁ ଫେରିଯାଆନ୍ତୁ ବୋଲି କହିଛନ୍ତି ।

ସେପଟେ ଚେନ୍ନାଇରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଥିବା ହୋଟେଲ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍‌ରେ ଥିଲେ। ଯେଉଁ ହୋଟେଲ୍‌ରେ ବାବୁସାନ୍ ଥିଲେ, ସେଠାରେ ହିଁ ରହିଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍‌ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ପ୍ରକୃତିଙ୍କ ପରିବାର ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଛି ।