EntertainmentFeaturedLatest

ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ଆୟକର ବିଭାଗର ଚଢାଉ: ୪୦ ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଅଗଷ୍ଟ ୨ ଠାରୁ ଆୟକର ବିଭାଗ ତାମିଲନାଡୁ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ପ୍ରଯୋଜକ, ଫିଲ୍ମ ବିତରକ ଏବଂ ଫାଇନାନ୍ସିଅର (ଅର୍ଥଦାତା ବା ଅର୍ଥପରାମର୍ଶକ)ଙ୍କ ଘରେ ଓ ଅଫିସରେ ସର୍ଚ୍ଚ ଓ ସିଜ୍ ଅପରେସନ ଜାରି ରଖିଛି।

ଆଇ-ଟି ବିଭାଗ କହିଛି ଯେ ଚେନ୍ନାଇ, ମଦୁରାଇ, କୋଏମ୍ବାତୁର ଏବଂ ଭେଲୋର ଆଦି ୪୦ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଛି। ଏହି ସର୍ଚ୍ଚ ଅପରେସନରେ ବେଆଇନ ନେଣଦେଣ ପୁଞ୍ଜି ନିବେଶ ନେଇ କିଛି କାଗଜପତ୍ର ଓ ଡିଜିଟାଲ ତଥ୍ୟ ମିଳିଛି। ସର୍ଚ୍ଚ ଅପରେସନ ବେଳେ ଗୁପ୍ତ ଓ ଲୁକାୟିତ ରଖାଯାଇଥିବା ସ୍ଥାନମାନଙ୍କର ମଧ୍ୟ ଚଢ଼ାଉ କରାଯାଇଥିଲା ବୋଲି ଆଇଟି ବିଭାଗ ସୂଚନା ଦେଇଛି।

ଫିଲ୍ମ ଫାଇନାନ୍ସିଅରଙ୍କ ସର୍ଚ୍ଚ ବେଳେ ସଠିକ ସୂଚନା ନଥିବା ଟଙ୍କା ଋଣ ଦେବା ନେଇ ପ୍ରମିସରି ନୋଟ ମିଳିଥିବା ବିଭାଗ କହିଛି। ଯେଉଁଥିରେ ଅନେକ ଫିଲ୍ମ ସଂସ୍ଥାକୁ ଋଣ ଦିଆଯିବା କଥା ରହିଛି। ସେହିପରି ପ୍ରଯୋଜନା ସଂସ୍ଥାଗୁଡ଼ିକ ଆୟକର ଠକିଥିବା ଜଣାପଡ଼ିଛି। କାରଣ ସେମାନେ ଫିଲ୍ମର ଯେତିକି ଆୟ ଦେଖାଇଛନ୍ତି ତା ଠାରୁ ଅଧିକ ଆୟ ହୋଇଛି ବୋଲି ସୂଚନା ମିଳିଛି।

ସେହିପରି ଫିଲ୍ମ ବିତରକଙ୍କ ସର୍ଚ୍ଚ ଅପରେସନ ବେଳେ ମଧ୍ୟ ଦୁର୍ନୀତି ପଦାକୁ ଆସଛି। ଥିଏଟରରୁ ବେହିସାବ ଅର୍ଥ ଆୟ ନେଇ ସୂଚନା ମିଳିଛି। ଏମାନେ ଏକ ନିଜ ଭିତରେ ଏକ ଗ୍ରୁପ୍ ଗଠନ କରି ଫିଲ୍ମର ଆୟକୁ ପ୍ରଭାବିତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ୨୦୦ କୋଟି ଜବତ କରାଯାଇଥିବା କୁହାଯାଉଥିବା ବେଳେ ୨୬ କୋଟି ନଗଦ ଟଙ୍କା ୩ କୋଟି ସୁନା ଗହଣା ଜବତ କରାଯାଇଛି ବୋଲି କୁହାଯାଉଛି।