EntertainmentLatest

ଶାହରୁଖଙ୍କ ଫିଲ୍ମକୁ ରିଜେକ୍ଟ କଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ : (ସଂକେତ ଟିଭି) ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଫିଲ୍ମକୁ ରିଜେକ୍ଟ କଲେ ସାଉଥ ଷ୍ଟାର୍‌ ଅଲ୍ଲୁ ଅର୍ଜୁନ୍ । ତାଙ୍କ ଫିଲ୍ମରେ କାମ କରିବାକୁ ସଫା ସଫା ମନା କରିଦେଇଛନ୍ତି ଏହି ପୁଷ୍ପା ଷ୍ଟାର୍ । ପଠାନ୍ ପରେ ଏଟ୍‌ଲିଙ୍କ ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହରେ ବଢ଼ିବାରେ ଲାଗିଛି । ପୂର୍ବରୁ ଏହି ଫିଲ୍ମରେ ଶାହରୁଖଙ୍କ ସହ ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ ମଧ୍ୟ ନଜର ଆସିବେ ବୋଲି କୁହାଯାଉଥିଲା । କିନ୍ତୁ
ଏଟ୍‌ଲିଙ୍କ ଏହି ଅଫରକୁ ରିଜେକ୍ଟ କରିଦେଇଛନ୍ତି ଅଲ୍ଲୁ ।

ରିପୋର୍ଟ ମୁତାବକ, ଅପ୍‌କମିଂ ଫିଲ୍ମ ‘ପୁଷ୍ପା-୨’ ପାଇଁ ଅଲ୍ଲୁ ଅନେକ କଷ୍ଟକର ଟ୍ରେନିଂ ନେଉଛନ୍ତି । ସେଥିପାଇଁ ତାଙ୍କ ପାଖରେ ଅନ୍ୟ କୌଣସି ପ୍ରୋଜେକ୍ଟ ପାଇଁ ସମୟ ନାହିଁ । ଭାଇଜାଗ ଓ ହାଇଦ୍ରାବାଦରେ ପୁଷ୍ପା-୨ ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଛି । ଏଥିପାଇଁ ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’ ପାଇଁ ତାଙ୍କ ପାଖରେ ଟାଇମ୍ ନାହିଁ । ‘ଯବାନ’ରେ ଅଲ୍ଲୁଙ୍କୁ ଏକ କେମିଓ ରୋଲ ପାଇଁ ଅଫ୍‌ର କରାଯାଇଥିଲା । କିନ୍ତୁ ପୁଷ୍ପା-୨ ସହ ଏହି ଫିଲ୍ମ ପାଇଁ ସମୟ ଦେବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା । ଏଥିପାଇଁ ସେ ଏହି ଅଫରକୁ ରିଜେକ୍ଟ କରିଥିବା ସୂଚନା ମିଳିଛି ।

ଅଲ୍ଲୁ ଅର୍ଜୁନ ଏବେ ପୁଷ୍ପା-୨ ବ୍ୟତୀତ ଅନ୍ୟ କୌଣସି ଫିଲ୍ମରେ କାମ କରିବାକୁ ଚାହୁଁନାହାନ୍ତି । ଏହି ଫିଲ୍ମରେ ରଶ୍ମୀକା ମନ୍ଦନା ଓ ଫହାଦ ଫାସିଲ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ସେପଟେ ଫିଲ୍ମ ଯବାନରେ କିଙ୍ଗ ଖାନ୍‌ଙ୍କୁ ଡବଲ୍ ରୋଲ୍‌ରେ ଦେଖିବାକୁ ମିଳିବ । ତାଙ୍କ ଅପୋଜିଟ୍‌ରେ ଲେଡି ସୁପରଷ୍ଟାର୍ ନୟନତାରା ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ବିଜୟ ସେତୁପତି ମଧ୍ୟ ନଜର ଆସିବେ । ଆସନ୍ତା ଜୁନ୍ ୨ ତାରିଖରେ ଫିଲ୍ମ ‘ଯବାନ’ ପରଦାକୁ ଆସିବ ।