ରୁଟି ଖାଉନାହାନ୍ତି ରଣବୀର କପୁର
ମୁମ୍ବାଇ : (ସଂକେତ୍ ଟିଭି ) ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ହେଉଛନ୍ତି ରଣବୀର କପୁର । ନିଜ ଆକଫିଂ ଓ ଲୁକ୍ସ ସହିତ ଫିଟନେସ୍ ପାଇଁ ମଧ୍ୟ ରଣବୀର ସମସ୍ତଙ୍କ ନିକଟରେ ବେଶ୍ ଲୋକପ୍ରିୟ । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ତୁ ଝୁଠି ମେ ମକାରରେ ରଣବୀରଙ୍କ ଫିଟ୍ ବଡି ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ରଣବୀରଙ୍କ ଆଗାମୀ ଫିଲ୍ମ ଆନିମଲ୍ରେ ମଧ୍ୟ ତାଙ୍କର ଲୁକ୍ ଓ ଫିଟ୍ନେସ୍ ସମସ୍ତଙ୍କୁ ଆକର୍ଷଣ କରିଛି । ତେବେ ଏହି ବଡି ଟ୍ରାନ୍ସଫର୍ମେସନ ପାଇଁ ରଣବୀର ବେଶ୍ ପରିଶ୍ରମ କରିଛନ୍ତି ।
କ୍ୟାଲୋରୀ ଇନଟେକ୍ ହ୍ରାସ କରିବା ସହ ରଣବୀର ଫିଜିକାଲ୍ ଏକ୍ସରସାଇଜ୍ ବଢାଇ ସେ ବଡି ଫ୍ୟାଟ୍ କମ୍ କରି ପାରିଛନ୍ତି । ଏହା ସହିତ ମସଲ ଷ୍ଟ୍ରେନଥ ବଢାଇବା ଲାଗି ରଣବୀର ରେଜିଷ୍ଟାନ୍ସ ଟ୍ରେନିଂ ଓ କାର୍ଡିଓ ଏକ୍ସରସାଇଜ୍ କରିଥାନ୍ତି । ଏକ୍ସରସାଇଜ୍ ସହିତ ଉଚିତ ଖାଦ୍ୟପେୟ ବି ରଣବୀରଙ୍କ ଫିଟନେସ୍ର ରାଜ ପାଲଟିଛି । ସେ ତେଲ ଓ
ମସଲାଦାର ଖାଦ୍ୟ ଆଦୌ ଖାଇ ନ ଥାନ୍ତି ।
ଏକ ରିପୋର୍ଟରୁ ଜଣାପଡିଛି ସେ ଗତ ଅଢେଇ ବର୍ଷ ହେବ ରୁଟି ବି ଖାଉନାହାନ୍ତି । ସେ ଏକ ଅଲଗା ପ୍ରକାର ଡାଏଟ୍ ଫଲୋ କରୁଛନ୍ତି ଯେଉଁଥିରେ ଗହମର ରୁଟି ସାମିଲ ହୋଇନାହିଁ । ସେ ଲୋ କାର୍ବୋ ଡାଏଟ୍ ଫଲୋ କରୁଛନ୍ତି ଯେଉଁଥିରେ ଅଣ୍ଡା, ବ୍ରାଉନ୍ ରାଇସ୍, ପନିପରିବା, ଡାଲି, ପ୍ରୋଟିନ୍ ସେକ୍ ପରି ଖାଦ୍ୟପଦାର୍ଥ ସାମିଲ ରହିଛି ।