ଉମ୍ରାନ୍ ମଲ୍ଲିକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଅଖତର୍
ମୁମ୍ବାଇ : (ସଂକେତ ଟିଭି) ୨୦୦୩ ବିଶ୍ୱକପ୍ରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର୍ ସୋଏବ୍ ଅଖ୍ତର ଘଣ୍ଟାପ୍ରତି ୧୬୧ କିମି ବେଗରେ ବୋଲିଂ କରି୍ଥଲେ ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କ୍ରିକେଟ ଇତିହାସରେ ସବୁଠାରୁ ଦୃତତମ ବୋଲିଂ ଭାବେ ଗ୍ରହଣ କରାଯାଇଛି । ୨୦ ବର୍ଷ ହେଲା ଏହି ରେକର୍ଡକୁ ପାର କରିବାରେ କୌଣସି ବୋଲର୍ ସଫଳ ହୋଇପାରିନାହାନ୍ତି ।
ତେବେ ନିକଟରେ ଯେତେବେଳେ ଆଇପିଏଲରେ ଉମ୍ରାନ୍ ମଲିକ ୧୫୭ କିମି ସ୍ପିଡ୍ରେ ବୋଲିଂ କରିଥିଲେ, ସେତେବେଳେ ଆଶା କରାଯାଇଥିଲା ଯେ, ସୋଏବ୍ ଅଖତର୍ଙ୍କ ଦ୍ରୂତତମ ବୋଲିଂକୁ ନେଇ ରହିଥିବା ରେକର୍ଡ ଆଉ ବେଶି ଦିନ ତିଷ୍ଠି ପାରିବ ନାହିଁ ଭାରତୀୟ ଦ୍ରୁତ ବୋଲର୍ ଉମାରାନ୍ ମଲ୍ଲିକଙ୍କର ୧୫୦+ କିମି ବେଗରେ କ୍ରମାଗତ ବୋଲିଂ କରିବାର କ୍ଷମତା ରହିଛି ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍ରେ ସେ ୧୫୫ କିମି ବେଗରେ ବୋଲିଂ କରି ସିଂହଳୀ କ୍ୟାପ୍ଟେନ୍ ଦାସୁନ
ସନାକାଙ୍କୁ ପାଭିଲିୟନ ପଠାଇଥିଲେ ।
ବର୍ତ୍ତମାନ ଉମ୍ରାନ୍ ମଲିକ ପୁଣି ଥରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଆକ୍ସନ୍ ମୁଡ୍ରେ ରହିଛନ୍ତି । ପୁଣିଥରେ ଅନୁମାନ କରାଯାଉଛି ଯେ ଉମରନ୍ ଏଠାରେ ଅଖତରଙ୍କ ରେକର୍ଡ ଭାଙ୍ଗିପାରିବେ । ତେବେ ଯେତେବେଳେ ଏହି ପ୍ରସଙ୍ଗରେ ସୋଏବ ଅଖତରଙ୍କୁ ପଚରାଯାଇଥିଲା, ସେ କଣ କହିଥିଲେ, ଆସନ୍ତୁ ଜାଣିବା ।
ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୋଏବ୍ କହିଥିଲେ, ଉମ୍ରାନ୍ ଜଣେ ଭଲ ବୋଲର୍ ସେ ଦକ୍ଷ ଏବଂ ତାଙ୍କର ରନ୍ ଅପ୍ ମଧ୍ୟ ଶକ୍ତିଶାଳୀ ଅଟେ ତାଙ୍କର ବୋଲିଂ ଗତି ମଧ୍ୟ ଠିକ୍ଠାକ୍ ଅଟେ କିନ୍ତୁ ସେ କେବଳ ତାଙ୍କର ଆକ୍ରମଣାତ୍ମକ ବୋଲିଂକୁ ବଳବତ୍ତର ରଖିବା ଉଚିତ୍ ଯଦିଓ ବୋଲିଂରୁ ବ୍ୟାଟ୍ସମ୍ୟାନ୍ ଅଧିକ ରନ୍ ହାସଲ କରୁଛନ୍ତି, ତଥାପି ବୋଲିଂ ସ୍ପିଟ୍ କମ୍ ହେବା ଉଚିତ ନୁହେଁ ସର୍ବଦା ବଲ୍କୁ ଦ୍ରୁତଗତିରେ ଫୋପାଡ଼ିବାକୁ ପଡ଼ିବ ।
ସୋଏବ୍ କହିଛନ୍ତି ଯେ, ମୁଁ ବୋଲିଂ ପାଇଁ ୨୬ ଗଜ୍ର ରନ୍ ଅପ୍ ନେଇଥାଏ, ଉମ୍ରାନ୍ ୨୦ ଗଜ୍ର ରନ୍ ନେଉଛନ୍ତି । କିନ୍ତୁ ସେ ଯେତେବେଳେ ୨୬ ଗଜ୍ର ବୋଲିଂ କରିବେ ସେତେବେଳେ ତାଙ୍କ ମାଂସପେଶୀ ଟିକେ ଭିନ୍ନ ରୂପ ନେବ ମୁଁ ନିଶ୍ଚିତ ଯେ, ସମୟ ଅନୁସାରେ ସେ ସବୁକିଛି ଶିଖିଯିବେ । ତେବେ ଯଦି ଏନେଇ ତାଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ପଡ଼େ, ତେବେ ମୁଁ ତାଙ୍କୁ ସହଯୋଗ କରିପାରିବି ସୋଏବ୍ ପୁଣି କହିଛନ୍ତି, ଯଦି ଆପଣ ମୋ ରେକର୍ଡ ଭାଙ୍ଗିବାକୁ ଚାହାନ୍ତି ତେବେ ଭାଙ୍ଗନ୍ତୁ, ୨୦ ବର୍ଷ ହେଲା । ଏହି ରେକର୍ଡ