Viral Video

ଚାହୁଁ ଚାହୁଁ ନିଆଁରେ ଜଳିଗଲା ୧୦ରୁ ଅଧିକ ଦୋକାନ

ଭଦ୍ରକ ୦୯।୦୧: ( ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ତିହିଡି ବଜାରରେ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ନିଆଁରେ ଜଳିଗଲା 10ରୁ ଅଧିକ ଦୋକାନ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ତିହିଡି ବଜାରରେ ହଠାତ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ବଜାରରେ ଥିବା ହୋଟେଲ, ଷ୍ଟେସନାରୀ ଦୋକାନ, ଜୋତା ଦୋକାନ ସହ କିଛି ପରିବା ଦୋକାନ ଜଳି ଯାଇଥିବା ଜଣାପଡିଛି । ଫଳରେ ଦୋକାନରେ ଥିବା ଲକ୍ଷାଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ନେଇ ସ୍ଥାନୀୟ ଲୋକେ ଜାଣିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦୁଇଟି ଦମକଳ ଗାଡି ସହିତ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଦେଖନ୍ତୁ ଅଗ୍ନୀକାଣ୍ଡର ଭିଜୁଏଲ –