CulturalFeatured

କରୋନା କଟକଣାରେ ଫିକା ପଡିଛି ଇଦ୍, ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର

ସୋର ୧୪/୫ : (ସଂକେତ୍ ଟିଭି) ସାରା ଦେଶରେ ପାଳିତ ହେଉଛି ପବିତ୍ର ଇଦ୍ । ମୁସଲମାନ ସମ୍ପ୍ରଦାୟର ଏହି ପର୍ବ ପାଇଁ ସବୁଠି ଉତ୍ସବ ମୁଖର । ପରସ୍ପରକୁ ଇଦ୍ ମୁବାରକ ଜଣାଇଥାନ୍ତି ସମସ୍ତେ । ମସଜିଦମାନଙ୍କରେ ସମୂହ ନମାଜ ପାଠ କରାଯାଇ ଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଓଡିଶାରେ ଫିକା ପଡିଛି ଇଦ୍ ପର୍ବ । କରୋନା କଟକଣା ପାଇଁ ମସଜିଦରେ ସମୂହ ନମାଜ ପାଠ କରିବା ପାଇଁ ବାରଣ କରାଯାଇଛି ।

ବାଲେଶ୍ୱର ଜିଲ୍ଲା ସୋରରେ ଆଜି ଇଦ ପର୍ବ ନିରାଡାମ୍ବର ସହ ପାଳନ ହେଉଛି । ମୁସଲମାନଙ୍କ ସବୁଠୁ ବଡ଼ ପର୍ବ ଇଦ ପର୍ବ । ରମଜାନ ମାସରେ ଏକ ମାସର ଉପାସ ରଖି ଶେଷ ଦିନରେ ଏହି ଇଦ ପର୍ବ ପାଳନ କରାଯାଏ । ପ୍ରତିବର୍ଷ ସମୂହ ନମାଜ ପାଠ ପରେ ଲୋକଙ୍କୁ ଦାନ କରିବା, ନୂଆ ବସ୍ତ୍ର ପିନ୍ଧିବା, ଲୋକଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବା ସହ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଏ ବର୍ଷ କରୋନା ମହାମାରୀ ପାଇଁ ଲକ ଡାଉନ ଚାଲିଥିବାରୁ ଇଦ ପର୍ବ ସମ୍ପୂର୍ଣ ଫିକା ପଡ଼ିଥିବା ଦେଖିବାକୁ ମିଳିଛି । ସୋରରେ ଥିବା ଇଦଘା ପଡିଆରେ ସ୍ଥାନୀୟ ପ୍ରଶାସନର କଟକଣା ଭିତରେ ମାତ୍ର କେତେଜଣ ସାହି ମୁରବୀଙ୍କୁ ନେଇ ନମାଜ ପାଠ କରାଯାଇଥିଲା ।