FeaturedLatest

କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୧୫ଜଣଙ୍କ ମୃତ୍ୟୁ

ପୁଣେ ୦୭/ ୦୬ : (ସଂକେତ ଟିଭି) ମହାରାଷ୍ଟ୍ରର ପୁଣେରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଛଅ ଜଣ ନିଖୋଜ ମଧ୍ୟ ଅଛନ୍ତି ।

ପିରାନଗଟ ଶିଳ୍ପାଞ୍ଚଳରେ ଏସପିଏସ୍ ଏକ୍ବା ନାମକ ଏକ କେମିକାଲ ଫ୍ୟାକ୍ଟ୍ରିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ କର୍ମଚାରୀ ପହଂଚି ଏହି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ନିଆଁ ଲାଗିବା ପରେ ବିଭିନ୍ନ ପ୍ରକାରର ଗ୍ୟାସ ନିର୍ଗତ ହେଉଥିବାରୁ ନିଆଁ ଲିଭାଇବାରେ ବହୁ ସମସ୍ୟା ଦେଖାଦେଇଛି । ଏହା ସହିତ ଫ୍ୟାକ୍ଟ୍ରି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏସପିଏସ୍ ଏକ୍ବା ବାୟୁ, ଜଳ ଏବଂ ମାଟିର ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ରାସାୟନିକ ପଦାର୍ଥ ଉତ୍ପାଦନ କରିଥାଏ ।