EducationFeaturedLatest

ଫକୀର ମୋହନ ବିଶ୍ବବିଦ୍ଯାଳୟର ନୂତନ କୂଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ବାଲେଶ୍ବର ୨୨।୦୭: (ସଂକେତ୍ ଟିଭି ) ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ଯାଳୟର ନୂତନ କୂଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ତାଙ୍କୁ ଚାରିବର୍ଷ ପାଇଁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ଯପାଳ ଗଣେଷୀ ଲାଲ୍ ।

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ ଏବଂ ଆଇ ଆର ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର 30 ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ 10 ଟି ପୁସ୍ତକ ରଚନା କରିଛନ୍ତି, 17 ଟି ପିଏଚଡି ଏବଂ 40 ଏମଫିଲ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।